ରାଉରକେଲା ୭/୮,(ଉତ୍କଳ ସମାଚାର)ରାଉରକେଲା ଇସ୍ପାତ କାରଖାନା ପରିସରସ୍ଥ ଏନ୍ଏସପିସିଏଲରୁ ନିର୍ଗତ ବର୍ଯ୍ୟବସ୍ତୁ ଏବଂ ଫ୍ଲାଇ ଆଶ୍ ଆଦିକୁ କାରଖାନାରୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଏନ୍ଏସପିସିଏଲ ପକ୍ଷରୁ ନିୟୋଜିତ ବଡ ବଡ ଟ୍ରକଗୁଡିକ ରାଉରକେଲା ସହରର ବିଶ୍ରା ଛକରୁ ବନ୍ଧମୁଣ୍ଡା ରାସ୍ତା ଉପରେ ଘଣ୍ଟା ଘଣ୍ଟା ଧରି ଠିଆ ହୋଇ ରହୁଥିବାରୁ ସର୍ବସାଧାରଣଙ୍କ ଯାତାୟତରେ ବାଧା ଉପୁଜିଥିବା ନେଇ ଅଞ୍ଚଳବାସୀଙ୍କ ଠାରୁ ଅଭିଯୋଗ ଆସିବା ପରେ ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗାଚରଣ ତନ୍ତୀ ଏହାର ଅନୁଧ୍ୟାନ କରି ଅଭିଯୋଗର ସତ୍ୟତା ପାଇବା ପରେ କାରଖାନାରୁ ମାଲ ପରିବହନ ପାଇଁ ନିୟୋଜିତ ଥିବା ସମସ୍ତ ଛୋଟ ବଡ଼ ଟ୍ରକ ଏବଂ ଅନ୍ୟାନ୍ୟ ଭାରିଯାନ ସବୁକୁ କାରଖାନା ପରିସର ଭିତରେ ପାର୍କିଂ ସ୍ଥଳରେ ରଖିବା ପାଇଁ ମାଲ ପରିବହନକାରୀ ସଂସ୍ଥାମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶନାମା ଜାରି କରିବା ପାଇଁ ରଘୁନାଥପଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ଏନ୍ଏସପିସିଏଲର ମହାପ୍ରବନ୍ଧକଙ୍କୁ ଏ ନେଇ ଏକ ଚିଠି ଲେଖିଛନ୍ତି।

