ରାଉରକେଲା ୭/୮,(ଉତ୍କଳ ସମାଚାର)ସାମାଜିକ କାର୍ଯ୍ୟକ୍ରମ ଅଂଶ ସ୍ଵରୂପ ବ୍ୟାକ୍ ଟୁ ସ୍କୁଲ କାର୍ଯ୍ୟକ୍ରମ ଅନୁଯାଇ ଛାତ୍ରୀ ମାନଙ୍କ ମଧ୍ୟରେ ଶିକ୍ଷାର ପ୍ରୋତ୍ସାହନ ଉଦ୍ଦେଶ୍ୟରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଜଳଦା ଠାରେ ଲାଇନ୍ସ କ୍ଲବ ରାଉରକେଲା ବେଦବ୍ୟାସ ଗ୍ରେଟର ପକ୍ଷରୁ ବ୍ୟାଗ୍ ଓ ପେନସିଲ ବକ୍ସ ବଣ୍ଟନ କରାଯାଇଥିଲା lଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସନ୍ଧ୍ୟା ରାଣୀ ଧଳ ଙ୍କ ସଭାପତିତ୍ବରେ ଏବଂ ଲାଇନ୍ସ କ୍ଲବ ଆମନ୍ତ୍ରିତ ଅତିଥିବୃନ୍ଦ ଯଥା କ୍ଲବ ସଭାପତି ଶ୍ରୀଯୁକ୍ତ ସୁଶୀଲ କୁମାର ରାଉତ,ଶ୍ରୀଯୁକ୍ତ ବି. ଏନ୍. ଶ୍ରିବାସ୍ତବ,,ଶ୍ରୀଯୁକ୍ତ କିରଣ ମେହେର,ଶ୍ରୀଯୁକ୍ତ ଉଦୟ ପ୍ରକାଶ ସିଂହ,ଶ୍ରୀଯୁକ୍ତ ପ୍ରସାଦ ସାହୁ,ଶ୍ରୀମତୀ ଦୀପାଞ୍ଜଳି ବେହେରା, ଶ୍ରୀଯୁକ୍ତ ସୁଶାନ୍ତ ବେହେରା ,ଜୋନ ଅଧକ୍ଷ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ଧଳ ଯୋଗଦାନ କରି ଛାତ୍ରୀମାନଙ୍କୁ ମନୋଯୋଗ ସହ ପାଠ ପଢି ସମାଜ ଓ ଦେଶର ସୁନାଗରିକ ହେବାକୁ ଆହ୍ଵାନ କରିଥିଲେ. I ଏହି କାର୍ଯ୍ୟକ୍ରମ କୁ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ରାଜେନ୍ଦ୍ର କୁମାର ଗାନ ସଫଳତା ର ସହ ପରିଚାଳନା କରିଥିଲେ l ଏଥିରେ ବିଦ୍ୟାଳୟର ଅନ୍ୟନ ଶିକ୍ଷକ ବିପ୍ଳବ କୁମାର ପାଣିଗ୍ରାହୀ,ଦୀପ୍ତି ମାଧୁରୀ ଏକ୍କା,ପୁନମ ଗୁରିଆ,ଚିନ୍ମୟୀ ମଲ୍ଲିକସୁପ୍ରିୟl ବେହେରା,ଗୁଞ୍ଜନ ବୁଡୁ,ରଶ୍ମି ରେଖା ମହାନ୍ତ,ରେଣୁକା ଦାସ ,ଅମ୍ବି ଲତା ମହାକୁଡ ଆଦି ସହଯୋଗ କରିଥିଲେ l ଉପସ୍ଥିତ ଛାତ୍ରୀ ମାନେ ଉପହାର୍ ପାଇ ଆନନ୍ଦ ପ୍ରକାଶ କରିବା ସହ ଲାଇନ୍ସ କ୍ଲବ ସଦସ୍ୟ ମାନଙ୍କୁ ଧନ୍ୟବାଦ ଜଣାଇଥିଲେ l

