ରାଉରକେଲା ୧୦/୮,(ଉତ୍କଳ ସମାଚାର) ସହରର ଝିରପାଣି ସାଇନିଂ କ୍ଲବ ଠାରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଝିରପାଣି ବାସିନ୍ଦା କାଲା ଖାଲକୋ ଏବଂ ଜୟନ୍ତ ପତିଙ୍କ ନେତୃତ୍ୱରେ ଏହି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟଟି କରାଯାଇଥିଲା। ଝିରପାଣି ଅଞ୍ଚଳରେ ବସବାସ କରୁଥିବା ଜନସାଧାରଣମାନେ ସ୍ବତପ୍ରବୃତ୍ତ ଉତ୍ସାହିତ ହୋଇ ରକ୍ତଦାନ କରୁଥିବାର ଦେଖାଯାଇଥିଲା। ରକ୍ତଦାନ ଶିବିରଟି ସକାଳ ୭ ଟାରେ ଆରମ୍ଭ ହୋଇ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ୨୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। କାର୍ଯ୍ୟକ୍ରମକୁ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଉଦ୍ଘାଟନ କରିଥିବା ବେଳେ, ହାଲୁ ମୁଣ୍ଡାରୀ, ପ୍ରଶାନ୍ତ ସେଠି, ରଞ୍ଜିତ ବୋଷ, ଚକ୍ରଧର ମଲ୍ଲିକ, ମହେନ୍ଦ୍ର କୁମ୍ଭାର, ବିଚିତ୍ରା ନନ୍ଦ କର , ରାମଚନ୍ଦ୍ର ଡିଆ, ଶୁଭମ ତନ୍ତୀ, ପ୍ରତିମା ପାତ୍ର, ଭାରତୀ ତନ୍ତୀ, ଜାହ୍ନବୀ ତନ୍ତୀ ପ୍ରମୁଖ ରହି କାର୍ଯ୍ୟକ୍ରମଟିକୁ ସୁଚାରୁ ରୂପେ ପରିଚାଳିତ କରିଥିଲେ।ରାଉରକେଲା ସମେତ ବିଭିନ୍ନ ପଞ୍ଚାୟତରେ ୭ ସପ୍ତାହ ଧରି ଏହି ରକ୍ତଦାନ କାର୍ଯ୍ୟକ୍ରମ ଚାଲୁରହିଛି। ବିଜୁ ଜନତା ଦଳ ପକ୍ଷରୁ କୁହାଯାଇଛି କି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜେଡି ସୁପ୍ରିମୋ ନବୀନ ପଟନାୟକଙ୍କ ସମୟରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ଓ ଆଗକୁ ମଧ୍ୟ ଏହା ଚାଲୁ ରହିବ।

