କେନ୍ଦୁଝର:10//8,(ଉତ୍କଳ ସମାଚାର)ଓଡିଶା ସରକାରଙ୍କ ପକ୍ଷରୁ ପ୍ରାୟୋଜିତ ଇନୋଭେସନ୍ ଆଣ୍ଡ ଷ୍ଟାର୍ଟଅପ୍ ପ୍ରତିଯୋଗୀତା-କେନ୍ଦୁଝର: କେନ୍ଦୁଝର ମହିଳା ମହାବିଦ୍ୟାଳୟରେ ‘ଇନୋଭେସନ୍ ଆଣ୍ଡ ଷ୍ଟାର୍ଟଅପ୍ କମିଟି’ ଆନୁକୂଲ୍ୟ ରେ ଓଡିଶା ସରକାର ଓ ଉଚ୍ଚ ଶିକ୍ଷା ବିଭାଗ ଦ୍ୱାରା ପ୍ରାୟୋଜିତ “ମହାବିଦ୍ୟାଳୟ ସ୍ତରୀୟ ନବ ସୃଜନ ଏବଂ ନୂଆ ଉଦ୍ୟମ ପ୍ରତିଯୋଗିତା-୨୦୨୬ (ଇନୋଭେସନ୍ ଆଣ୍ଡ ଷ୍ଟାର୍ଟଅପ୍ ପ୍ରତିଯୋଗିତା-୨୦୨୬)” ସଫଳତାର ସହ ଆୟୋଜିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଡ଼. ଚିତ୍ତ ରଞ୍ଜନ ସାହୁ ସଭାପତିତ୍ବ କରି ଛାତ୍ରୀମାନଙ୍କୁ ସେମାନଙ୍କର ନବସୃଜନଶୀଳ ଚିନ୍ତାଧାରାକୁ ସ୍ଥାୟୀ ଉଦ୍ୟୋଗରେ ପରିଣତ କରିବାକୁ ଉତ୍ସାହିତ କରିଥିଲେ ତଥା ତାହା ବର୍ତ୍ତମାନ ଯୁଗ ରେ କିପରି ସ୍ଥାୟୀ ଉନ୍ନତି ତଥା ଧାରଣୀୟ ବିକାଶ ରେ ସହଯୋଗ କରିବ ତାହା ଉପରେ ଆଲୋକପାତ କରିଥିଲେ l ଷ୍ଟାର୍ଟଅପ୍ ସଂଯୋଜିକା ଡ଼ ପ୍ରୀତି ମଞ୍ଜରୀ ମିଶ୍ର ସ୍ୱାଗତ ଭାଷଣ ଦେବା ସହ ଯୁବବର୍ଗଙ୍କ ମଧ୍ୟରେ ନବସୃଜନ ଏବଂ ଉଦ୍ୟୋଗିତାର ଗୁରୁତ୍ୱ ଉପରେ ନିଜର ବକ୍ତବ୍ୟ ରଖିଥିଲେ ତଥା ଚାକିରି ପଛରେ ନ ଧାଇଁ ଗବେଷଣା, ସୃଜନଶୀଳତା ଏବଂ ଉଦ୍ୟୋଗିତାକୁ ଆପଣେଇବା ପାଇଁ ଛାତ୍ରୀଙ୍କୁ ପ୍ରେରଣା ଦେଇଥିଲେ ଏବଂ ପ୍ରତିଯୋଗିତା ର ନିୟମାବଳୀ ବିଷୟ ରେ ଅବଗତ କରାଇଥିଲେ। ସର୍ବମୋଟ ୧୨୫ ଟି ପ୍ରତିଯୋଗୀ ଭାଗ ନେଇଥିଲେ । ପ୍ରତିଯୋଗୀତା ର ବିଚାରକ ଭାବେ ଡ. ବନ ବିହାରୀ ମିଶ୍ର (ଅବସରପ୍ରାପ୍ତ ପ୍ରାଧ୍ୟାପକ, ଧରଣୀଧର ବିଶ୍ବିଦ୍ୟାଳୟ), ଡ଼ ରାଧାକୃଷ୍ଣ ସାହୁ (ସହକାରୀ ଅଧ୍ୟାପକ, ସରକାରୀ ମହିଳା ମହାବିଦ୍ୟାଳୟ କେନ୍ଦୁଝର), ଡ ସଞ୍ଜୟ କୁମାର ବେହେରା (ସହକାରୀ ଅଧ୍ୟାପକ, ସରକାରୀ ମହିଳା ମହାବିଦ୍ୟାଳୟ କେନ୍ଦୁଝର) ଉପସ୍ଥିତ ଥିଲେ।ସର୍ବଶ୍ରେଷ୍ଠ ଚିନ୍ତାଧାରାଶୀଳ ତିନି ଜଣ ଛାତ୍ରୀଙ୍କୁ ବିଶ୍ୱବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତା ପାଇଁ ଚୟନ କରି ପୁରସ୍କାର ରାଶି ଦ୍ୱାରା ପୁରସ୍କୃତ ଓ ମାନପତ୍ର ପ୍ରଦାନ କରାଯାଇଥିଲା । ସମସ୍ତ ପ୍ରତିଯୋଗୀଙ୍କୁ ପ୍ରତିଯୋଗିତାରେ ଅଂଶଗ୍ରହଣ ମାନପତ୍ର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନା ରେ ଇନୋଭେସନ୍ ଆଣ୍ଡ ଷ୍ଟାର୍ଟଅପ୍ କମିଟି ର ସଦସ୍ୟ ଶ୍ରୀ ଶକ୍ତି ରଞ୍ଜନ ବେହେରା ଓ ଡ଼ ବାଣିଶ୍ରୀ ଦାସ ଯୋଗଦାନ କରିଥିଲେ l ମହାବିଦ୍ୟାଳୟ ର ବିଭିନ୍ନ ବିଭାଗ ର ଅଧ୍ୟାପକ ଓ ଅଧ୍ୟାପିକା ମାନେ ଯୋଗଦାନ ଦେଇ ଛାତ୍ରୀ ମାନଙ୍କୁ ପ୍ରୋତ୍ସାହିତ କରିଥିଲେ। ମହାବିଦ୍ୟାଳୟ ର ଛାତ୍ରୀ କୁମାରୀ ଶ୍ରୁତି ଓ ଅଧ୍ୟାପିକା ଶ୍ରୀମତୀ ସୁମିତା ହାଂସଦା କାର୍ଯ୍ଯକ୍ରମ ର ସଂଯୋଜନା ରେ ସାହାଯ୍ୟ କରିଥିଲେ। ଶେଷରେ ପ୍ରତିଯୋଗିତା ଅଧିକାରୀ ତଥା ଇନୋଭେସନ୍ ଆଣ୍ଡ ଷ୍ଟାର୍ଟଅପ୍ କମିଟି ସଂଯୋଜିକା ଡ଼ ପ୍ରୀତି ମଞ୍ଜରୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ l

