ରାଇଘର:10//8,(ଉତ୍କଳ ସମାଚାର),ନରସିଂବାଘ …..ରାଇଘର ଜନଜାତି ବିକାଶ ପରିଷଦ ପକ୍ଷରୁ ଆଜି ସ୍ଥାନୀୟ ବିଡ଼ିଓ ଙ୍କ ଜରିଆରେ ଏକ 14ଦଫା ବିଶିଷ୍ଟ ଦାବିପତ୍ର ପ୍ରଦାନ କରାଯାଇଥିବା ଦେଖିବାକୁ ମିଳିଛି |ରାଇଘର ବ୍ଲକର ସହସ୍ରା ଧିକ ଆଦିବାସୀ ସମ୍ପ୍ରଦାୟର ଜନସାଧାରଣ ପାରମ୍ପରିକ ବେଶରେ ସଜେଇ ହୋଇ ପାରମ୍ପରିକ ବାଦ୍ୟର ତାଳେ ତାଳେ ଝୁମି ନାଚି ଏକ ବିଶାଳ ଶୋଭାଯାତ୍ରା ସହ ବ୍ଲକ କାର୍ଯ୍ୟାଳୟରେ ପହଂଚି ବିଡ଼ିଓ ଙ୍କୁ ଏହି ଦାବିପତ୍ର ଟି ପ୍ରଦାନ କରିଛନ୍ତି |ଆଦିବାସୀ ଦିବସକୁ ସରକାରୀ ଦିବସ ଘୋଷଣା କରିବା,ନକଲି ଆଦିବାସୀ ପ୍ରମାଣପତ୍ର ରେ ସରକାରୀ ଚାକିରୀ ହାତେଇଥିବା ବ୍ୟକ୍ତି ବିଶେଷ ଙ୍କୁ ଚିହ୍ନଟ କରି ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା,ଆଦିବାସୀ ମାନଙ୍କ ଜମି ଅଣ ଆଦିବାସୀ ମାନଙ୍କୁ ପ୍ରଦାନ ନକରିବା,ରାଇଘର ଅଞ୍ଚଳରେ ଭୂ ବନ୍ଦୋବସ୍ତ ଲାଗୁ କରିବା,ଅନୁସୂଚିତ ଜନଜାତି ବର୍ଗର ସରକାରୀ କର୍ମଚାରୀ ମାନଙ୍କୁ ଘର ଋଣ ଯୋଗେଇ ଦେବା,ଅନୁସୂଚିତ ଜନଜାତି ସରକାରୀ କର୍ମଚାରୀ ମାନଙ୍କୁ ପୂର୍ବ ଅଧିନିୟମ ଅନୁସାରେ ପଦୋନ୍ନତି ରେ ସଂରକ୍ଷଣ ଯୋଗେଇ ଦେବା,ପେସା ଆଇନ 1996 କୁ କଡାକଢ଼ି ଭାବେ କାର୍ଯ୍ୟକାରୀ କରିବା,ରାଇଘର ଠାରେ ଥିବା ଡିଗ୍ରୀ କଲେଜରେ ବିଜ୍ଞାନ ଓ ବାଣିଜ୍ୟ ଅନ୍ତର୍ଭୁକ୍ତ କରିବା,ରାଇଘର ଠାରେ ଆଦିବାସୀ ସଂଗ୍ରହାଲୟ ସ୍ଥାପିତ କରିବା ଭଲି 14ଦଫା ଦାବୀ ପ୍ରଦାନ କରାଯାଇଛି |ଏହି ଦାବିପତ୍ର ପ୍ରଦାନ ସମୟରେ ବ୍ଲକ ଅଧକ୍ଷ ଗୁପ୍ତ ପ୍ରସାଦ ଝଙ୍କାର, ବିକାଶ ପରିଷଦ ସଭାପତି ମନିରାମ ଗଣ୍ଡ, ଗଣ୍ଡ୍ୟାନ ଛାତ୍ର ସଙ୍ଗ ସଭାପତି ନକୁଳ ଗଣ୍ଡ,ଆୟୋଜକ ବୁଦରାମ ଗଣ୍ଡ,ବିକାଶ ମଣ୍ଡଳ ସଭାପତି ଫଗୁନୁରାମ ଗଣ୍ଡ,ଗାଣ୍ଡା ସମାଜ ସଭାପତି ରାଜେନ୍ଦ୍ର ନାଗେଶ ମୂଳନୀବାସୀ ବ୍ଲକ ର ସମସ୍ତ ସଭାପତି,ଜିଲ୍ଲାପରି ସଭ୍ୟା,ସରପଞ୍ଚ, ସମିତି ସଭ୍ୟମାନେ ଉପସ୍ଥିତ ରହିଥିଲେ |
