କେନ୍ଦୁଝର:10//8,(ଉତ୍କଳ ସମାଚାର)ଧୀନତା ର ଅଶିବର୍ଷ ଅବସରରେ ଆଜି କେନ୍ଦୁଝର ରେ ଭାରତୀୟ ଜନତାପାର୍ଟି ଜିଲ୍ଳା ସଭାପତି ଶୁକଦେବ ମହାନ୍ତ ଙ୍କ ନେତୃତ୍ୱ ରେ ହଜାର ହଜାର ନର ନାରୀ ତ୍ରିରଙ୍ଗା ଯାତ୍ରା କରି ସହର ପରିକ୍ରମା କରିଥିଲେ, ନଗର ଭବନ ପଡିଆ ରୁ ଆରମ୍ଭ ହୋଇ ଏହିଯାତ୍ରା ସହରର ପ୍ରତ୍ୟେକ ଅଂଚଳ ପରିକ୍ରମା କରିଥିଲା, ଭାରତମାତା କି ଜୟ, ବନ୍ଦେ ମାତରମ ନାରା ରେ ଗଗନପବନ ପ୍ରକମ୍ପିତ ହୋଇଉଠୁଥିଲା, ଜାତି ଧର୍ମ ବର୍ଣ ନିର୍ବିଶେଷରେ ନର ନାରୀ, ଯୁବକ ବୃଦ୍ଧ ଏହି ତ୍ରିରଙ୍ଗା ଯାତ୍ରା ରେ ସାମିଲ ହୋଇଥିଲେ ବିଧାୟକ ଅଖିଳ ଚନ୍ଦ୍ର ନାଏକ, ବିଧାୟକ ଡାକ୍ତର ଫକୀର ମୋହନ ନାଏକ, ପୌରାଧ୍ୟାକ୍ଷା ନିକୁ ସାହୁ, ଦିଲୀପ ପଣ୍ଡା, ବ୍ରଜକିଶୋର ରାୟ, ବିଶ୍ୱଜିତ ତ୍ରିପାଠୀ, ଗୋପ ରାମ, କଳ୍ପନା ରାଉତ, ଙ୍କ ସମେତ ଅନେକ ନେତୃବୃନ୍ଦ, କାଉନସିଲର, ସମିତି ସଦସ୍ୟ, ସାଧାରଣ ନାଗରିକ ସାମିଲ ହୋଇ ଏହି ଗୌରବପୂର୍ଣ ଯାତ୍ରା କୁ ଆହୁରି ଗୌରାବାନ୍ୱିତ କରିଥିଲେ, ରାସ୍ତାରେ ସାଧାରଣ ଜନତା ତ୍ରିରଙ୍ଗା କୁ ଉଚ୍ୱଶୀତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ

