ପାପଡାହାଣ୍ଡି ତା 12.8.26:(ଉତ୍କଳ ସମାଚାର)ପାପଡ଼ା ହାଣ୍ଡି ବ୍ଲକ ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ଶିଶୁ ବାଟିକା ଚୟନ କୁ ନିଶ୍ଚିତ କରି ତପସ୍ବିନୀ ମାଝୀକୁ ବିଦ୍ୟାଳୟ କମିଟି ଉପସ୍ଥିତି ରେ ଚୟନ ନିୟମ ପ୍ରକାରେ ଚ଼ୟନ କଲେ ।”ସମସ୍ୟାର ଅନ୍ୟ ନାମ ସମାଧାନ” “ସମସ୍ୟା ଭିତରେ ସଫଳତା ର ଅନୁସନ୍ଧାନ ” — ଏହି ନୀତିକୁ ଆଧାର କରି ବାବୁଲାଲ ସାଗର ଶିଶୁ ବାଟିକାର ଚୟନ କରିଛନ୍ତି। ବିଦ୍ୟାଳୟରେ ଶିଶୁ ସେବିକା ନିଯୁକ୍ତ ହେବା ପରେ ଛୋଟ ଛୋଟ ପିଲାଙ୍କ ମଧ୍ୟରେ ଏକ ନୂତନ ଉତ୍ସାହ ଦେଖିବାକୁ ମିଳିଛି।ଏବେ ପିଲାମାନେ କେବଳ ବହି ଭିତରେ ସୀମିତ ନରହି ଗୀତ, ନାଚ, ଗପ, ଚିତ୍ର ପଠନ ଓ ଚିତ୍ର ଅଙ୍କନ ମାଧ୍ୟମରେ ଖେଳି ଖେଳି ଶିକ୍ଷା ଗ୍ରହଣ କରୁଛନ୍ତି। ପିଲାଙ୍କ ମୁହଁରେ ଏହି ନୂଆ ହସ ଦେଖି ଗ୍ରାମବାସୀଙ୍କ ମନରେ ଆନନ୍ଦ ପ୍ରକାଶ ପାଇଛି।ଏହି ପ୍ରଶଂସନୀୟ ପଦକ୍ଷେପ ପାଇଁ ସ୍କୁଲ ପରିଚାଳନା କମିଟି , ପିତାମାତା-ଶିକ୍ଷକ ଉପସ୍ଥିତିରେ ଏବଂ ସମସ୍ତ ଗ୍ରାମବାସୀ ମିଳିତ ଭାବେ ବିଦ୍ୟାଳୟର ପ୍ରଧାନ ଶିକ୍ଷକଵାଵୁଲାଲ ସାଗର ଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଜଣାଇଛନ୍ତି।ଶିକ୍ଷକ ଵିନୋଦ ହରିଜନ ଓ ରାମେଶ୍ବର ବିଷୋୟୀ କୁ ସନ୍ତୋଷ ପ୍ରକାଶ କରିଛନ୍ତି।

