ରାଉରକେଲା:14//8,(ଉତ୍କଳ ସମାଚାର)ଗତକାଲି ରାଉରକେଲା ସହର ରେ ସୃଷ୍ଟି ହୋଇଥିବା ବୃଷ୍ଟିପାତ ଜନିତ କୃତିମ ବନ୍ୟା ଦ୍ୱାରା ପ୍ରଭାବିତ ବସ୍ତି ମାନଙ୍କ ରେ ରାଉରକେଲା ଜିଲ୍ଲା କଂଗ୍ରେସ ପରିବାର ତରଫରୁ ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀଯୁକ୍ତ ଜ୍ଞାନେନ୍ଦ୍ର ଦାସ ଙ୍କ ନେତୃତ୍ୱ ରେ ସ୍ଥାନୀୟ ବସ୍ତିବାସିନ୍ଦାଙ୍କୁ ରନ୍ଧନ ଖାଦ୍ୟ ବଣ୍ଟନ କରାଯାଇଥିଲା l ଶ୍ରୀଯୁକ୍ତ ଦାସ ଙ୍କ ସମେତ ଜିଲ୍ଲା କଂଗ୍ରେସ ର ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତ୍ତା ମାନେ ରେଳବାଇ କଲୋନୀ , ମାଲଗୋଦାମ , ବାସନ୍ତୀ ହରିପୁର ବସ୍ତି , ପାନପୋଷ ନିକଟସ୍ଥ ପ୍ରେମ ନଗର ବସ୍ତି ଆଦି ସ୍ଥାନରେ ଲୋକମାନଙ୍କୁ ରନ୍ଧନ ଖାଦ୍ୟ ବଣ୍ଟନ କରିବା ସହିତ ବସ୍ତିବାସିନ୍ଦା ଙ୍କ ସହିତ ସେମାନଙ୍କ କ୍ଷୟକ୍ଷତି ସମ୍ବଦ୍ଧିୟ ଆଲୋଚନା କରି ସମ୍ମୁଖୀନ ହେଉଥିବା ଅସୁବିଧା ସମ୍ପର୍କ ରେ ପଚାରି ବୁଝିଥିଲେ l କଂଗ୍ରେସ ଦଳ ତରଫରୁ ଏହି କାର୍ଯ୍ୟକ୍ରମ ଆଗାମୀ ଦିନରେ ଜାରି ରହିବ ବୋଲି ଶ୍ରୀଯୁକ୍ତ ଦାସ କହିଥିଲେ lଏହି ସେବା କାର୍ଯ୍ୟକ୍ରମ ରେ ବ୍ଲକ କଂଗ୍ରେସ କମିଟି ର ସଭାପତି ହରପ୍ରସାଦ ସାମଲ , ସୁନୀଲ ପଟ୍ଟନାୟକ , ଲକ୍ଷ୍ମୀପ୍ରିୟା ରାଉତ , ସିକନ୍ଦର ଅହମ୍ମଦ , ସାକିର ରାଜା , ମହିଳା କଂଗ୍ରେସ ସଭାନେତ୍ରୀ ରଞ୍ଜିତା ମଲ୍ଲିକ , ପ୍ରଦେଶ ମହିଳା କଂଗ୍ରେସ ସାଧାରଣ ସମ୍ପାଦିକା ସୁନିତା ଲାକ୍ରା , ଜିଲ୍ଲା କଂଗ୍ରେସ ଉପସଭାପତି ବିନୋଦ ରାଉତ , ବରିଷ୍ଠ ନେତା ବୈଲାଲୋଚ ସାହୁ , ଅକ୍ଷୟ ଦାସ ପ୍ରମୁଖ ସାମିଲ ହୋଇ ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ l

