ରାଉରକେଲା ୧୪/୮,(ଉତ୍କଳ ସମାଚାର)ହର ଘର ତ୍ରୀରଙ୍ଗା ତଥା ୮୦ତମ ସ୍ଵାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ରାଉରକେଲାରେ ଜାତୀୟ ପତାକାର ବିକ୍ରୟ ଜୋରସୋରରେ ଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ କ୍ରମେ ହର ଘର ତ୍ରୀରଙ୍ଗା ତଥା ସ୍ବାଧୀନତା ଦିବସ ପାଳନ ପୂର୍ବରୁ ଏହା ଦେଶବାସୀଙ୍କ ପାଇଁ ଦେଶଭକ୍ତିର ପରିଚାୟକ ହୋଇଛି।ରାଉରକେଲାର ସମସ୍ତ ମାର୍କେଟ ଅଞ୍ଚଳରେ ଜାତୀୟ ପତାକା ବିକ୍ରୟ ହେଉଥିବା ଦେଖିବାକୁ ମିଳିଥିଲା। ରାଉରକେଲା ସହରର ଡେଲି ମାର୍କେଟ୍ ଅଞ୍ଚଳ ସମେତ ଉଦିତନଗର ମାର୍କେଟ, ସେକ୍ଟର-୨ ମାର୍କେଟ, ଆମ୍ବବାଗାନ୍ ମାର୍କେଟ, ଛେଣ୍ଡ ଭିଏସଏସ ମାର୍କେଟରେ ପତାକା ଜୋରସୋରରେ ବିକ୍ରୀ ହୋଇଛି। ରାତି ପାହିଲେ ସ୍ଵାଧୀନତା ଦିବସ। ପ୍ରତ୍ୟେକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସ୍ଵାଧୀନତା ଦିବସ ପାଳନକୁ ନେଇ ଉତ୍ସାହ ଦେଖାଦେଇଛି।

