ରାଉରକେଲା ୧୯/୮,(ଉତ୍କଳ ସମାଚାର) ଆଜି ରାଉରକେଲା ଗଭର୍ଣ୍ଣମେଣ୍ଟ କଣ୍ଟ୍ରାକ୍ଟର ଆସୋସିଏସନ ପକ୍ଷରୁ ରାଉରକେଲା ଆରକ୍ଷୀ ଅଧିକ୍ଷକ ନିତେଶ ଓ୍ବାଧଓ୍ବାନୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରି ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ।ରାଉରକେଲା ଗଭର୍ଣ୍ଣମେଣ୍ଟ କଣ୍ଟ୍ରାକ୍ଟର ଆସୋସିଏସନ ତରଫରୁ ଏହି ସୌଜନ୍ୟମୂଳକ ସାକ୍ଷାତ ସମୟରେ ରାଉରକେଲା ଗଭର୍ଣ୍ଣମେଣ୍ଟ କଣ୍ଟ୍ରାକ୍ଟର ଆସୋସିଏସନର ସଭାପତି ତାପସ କୁମାର ଆଚାର୍ଯ୍ୟ, ସାଧାରଣ ସମ୍ପାଦକ ପ୍ରତାପ ସାହୁ, ଉପସଭାପତି ରମେଶ ଜେନା, ବିଜୟ ପ୍ରଧାନ, ସୂର୍ଯ୍ୟ ମିଶ୍ର, ମଣ୍ଟୁ ମଲ୍ଲିକ, ଦେବାଶିଷ ମହାନ୍ତି, କହ୍ନେୟା କୁଲୁ, ପ୍ରଭାତ ଜେନା, ଅଙ୍କିତ ଏବଂ ଅନ୍ୟାନ୍ୟ ସଭ୍ୟ।

