ରାଉରକେଲା:21//8,(ଉତ୍କଳ ସମାଚାର)ତାରିଖ ଦିନ ରାଉରକେଲା ସର୍କିଟ ହାଉସରୁ ଦୁଇଜଣ ଅପରାଧି ବନ୍ଧୁକ ସହିତ ଧରାପଡିଥିବା ଘଟଣା ବିଷୟରେ ଆମ ଆଦମୀ ପାର୍ଟିର ଏକ ପ୍ରତିନିଧି ଦଳ ରାଉରକେଲା ଉପଜିଲ୍ଲାପାଳ ଶ୍ରୀ ଚନ୍ଦ୍ରକାନ୍ତ ମଲ୍ଲିକ ଓ ଆରକ୍ଷୀ ଅଧିକ୍ଷକ ଶ୍ରୀ ନିତେଶ ବାଧୱାନିଙ୍କୁ ଭେଟି କାହା ନାଁରେ ୨୦ ରୁ ଅଧିକ ଦିନ ଧରି ସର୍କିଟ ହାଉସ ବୁକ୍ କରାଯାଇଥିଲା ଜାଣିବାକୁ ଚାହିଁଥିଲେ? କିନ୍ତୁ ବିଜେପି ସରକାର ର ଚାପ ଫଳରେ କେହି ବି ବୁକ୍ କରିଥିବା ବ୍ୟକ୍ତି ର ନାଆଁ କହିବାକୁ ସାହସ କଲେ ନାହିଁ। ପ୍ରକାଶ ଥାଉ ଯେ ଉପଜିଲ୍ଲାପାଳଙ୍କ ବିନା ଅନୁମତିରେ କେହି ବି ସର୍କିଟ ହାଉସ ବୁକ୍ କରିପାରିବେ ନାହିଁ। ପୁଲିସ ୭ ଜଣ ଅପରାଧିଙ୍କୁ ଧରିବା ରେ ସଫଳ ହୋଇଛି କିନ୍ତୁ ତାଙ୍କ ସମ୍ପର୍କରେ ଥିବା ବ୍ୟକ୍ତି ଯିଏ ସେହି ଅପରାଧିଙ୍କୁ ସର୍କିଟ ହାଉସରେ ପ୍ରଶ୍ରୟ ଦେଇଥିଲା ତାକୁ ଗିରଫ କରୁନାହିଁ କିମ୍ବା ସେ ଲୋକର ନାଆଁ ଗଣମାଧ୍ୟମରେ ପରିପ୍ରକାଶ କରୁନାହିଁ ତେଣୁ ଆଶଙ୍କା ହେଉଛି ଯେ ସେ ଲୋକ ଶାସକ ଦଳରୁ ହିଁ ଥିବ।ଏହି ବାବଦରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ ମଧ୍ୟ ଗଣମାଧ୍ୟମର ପ୍ରଶ୍ନର କିଛି ଉତ୍ତର ନ ଦେଇ ଚାଲିଯିବା ଦ୍ଵାରା ସ୍ପଷ୍ଟ ହେଉଛି ଯେ ସେ ବ୍ୟକ୍ତି ଜଣଙ୍କୁ ବିଜେପି ସଂରକ୍ଷଣ ଦେଉଛି। ଯେହେତୁ ବର୍ତ୍ତମାନ ସ୍ଥିତିରେ ପୁଲିସ ଓ ପ୍ରଶାସନ ବିଜେପି ସରକାର ଅଧୀନରେ ଅଛି ତେଣୁ ଆମ ଆଦମୀ ପାର୍ଟି ଦାବି କରୁଛି ଯେ ଉକ୍ତ ଅପରାଧୀମାନଙ୍କ ସମ୍ପର୍କରେ ଥିବା ବ୍ୟକ୍ତି ଜଣଙ୍କୁ ତୁରନ୍ତ ଗିରଫ କରାଯାଉ ଓ ରାଉରକେଲାରେ ଶାନ୍ତି ସ୍ଥାପନ କରାଯାଉ। ଏହି ଅବସରରେ ଆମ ଆଦମୀ ପାର୍ଟିର ଲୋକସଭା ପ୍ରଭାରୀ ବିନୟ ତିୱାରୀ, ରାଉରକେଲା ଜିଲ୍ଲା ଯୁବ ସଭାପତି ନୀତିଶ କୁମାର, ଆଜମେର ଖାନ, ରମେଶ ଶତପଥୀ, ଅମ୍ଳାନ ପାଲ, ସ୍ଵାଧୀନ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

