ପାପଡାହାଣ୍ଡି 23.8,26,(ଉତ୍କଳ ସମାଚାର)ତାରିଖ ରେ ପାପଡାହାଣ୍ଡି ବ୍ଲକ ରେ ଗତକାଲି ଅପରାହ୍ନ ଠାରୁ ଆଜି ଦିନସାରା ବର୍ଷା ହେବା ରୁ ପାପଡାହାଣ୍ଡି ବସଷ୍ଟାଣ୍ଡ, ହାଟପଦା ସାହି,ପାଇକ ସାହି, ଭିମା ସାହି, ଗତି ସାହି ଏବଂ ବିଭିନ୍ନ ଖାଲୁଆ ସ୍ଥାନ ମାନଙ୍କ ରେ ଏବଂ ବସଷ୍ଟାଣ୍ଡ ରେ ଅଧିକାଂଶ ଦୋକାନ ରେ ପାଣି ପଶି ଦୋକାନ ସାମଗ୍ରୀ ଗୁଡିକ ନଷ୍ଟ ହୋଇ ଯାଇଛି ଲ ଖବର ପାଇ ସେହି ପାଣିକୁ ଅଗ୍ନିଶ୍ରମ ବିଭାଗ କର୍ମଚାରୀ ମାନେ ବିଭିନ୍ନ ସ୍ଥାନରେ ପମ୍ପ ଲଗାଇ ପାଣି ନିଷ୍କାସନ କରିଥିଲେ l ସେହିପରି ପାପଡାହାଣ୍ଡି ର ବହୁତ ସାହି ରେ ପାଣି ଜମିଥିବା ଦେଖିବାକୁ ମିଳିଲା l ଖବର ପାଇ ତୁରନ୍ତ ପାପଡାହାଣ୍ଡି ପଂଚାୟତ ସମିତି ଉପାଧ୍ୟକ୍ଷ ଶ୍ରୀ ସୁଶାନ୍ତ କୁମାର ବେହେରା ପ୍ରଭାଭିତ ସମସ୍ତ ସ୍ଥାନ କୁ ଯାଇ ପରିଦର୍ଶନ କରି ପ୍ରଶାସନ ନିକଟରେ ଲୋକଙ୍କ ଅସୁବିଧା ବିଷୟରେ କଥାହୋଇଥିଲେ ଏବଂ ସହାୟତା ପାଇ ପ୍ରଶାସନ ନିକଟରେ ଅନୁରୋଧ କରିଥିଲେ l ସେହିପରି ଘାଟୁଗୁଡା ପଂଚାୟତ ର ଛତ୍ରବର ଗ୍ରାମ ର ବିଦ୍ୟାଳୟ ରେ ମଧ୍ୟ ପାଣି ପସିଯାଇଛି l ପଣ୍ଡିକୋଟ ପଂଚାୟତ ର ଗୁମିଦୋରା ଗ୍ରାମର ଚର୍ଚ୍ଚ ଘର ର ଗୋଟିଏ କାନ୍ଥ ଭାଙ୍ଗି ଯାଇଛି, ଗ୍ରାମ ର ଫୁଲବତୀ ହରିଜନ ଘରର କାନ୍ଥ ଭାଙ୍ଗି ଯାଇଛି ସେ ପିରିବାର ବି ପି ଏଲ ପରିବାର ଅନ୍ତର୍ଭୂକ୍ତ ତେଣୁ ଆବାସ ଯୋଜନା ରେ ଅନ୍ତର୍ଭୁକ୍ତ କରିବାକୁ ସାଧାରଣ ରେ ଦାବି ହେଉଛି l

