କେନ୍ଦୁଝର:23//8,(ଉତ୍କଳ ସମାଚାର) ଆଜି ଏକ ବର୍ଷଣମୁଖର ପୂର୍ବାହ୍ନ ରେ କେନ୍ଦୁଝର ସଦର ମହକୁମା ସରସ୍ବତୀ ଶିଶୁ ମନ୍ଦିର ପ୍ରାଙ୍ଗଣରେ ଅନେକ ସାହିତ୍ୟିକ ,ବୁଦ୍ଧିଜୀବୀ ଲେଖକ ପାଠକଙ୍କ ଉପସ୍ଥିତି ରେ ତରୁଣ ପ୍ରଖ୍ୟାତ କବି ପିନାକୀ ମିଶ୍ରଙ୍କ ନବମ କବିତା ଗୁଚ୍ଛ “ମୃଗନାଭି ” ଲୋକାର୍ପିତ ହୋଇ ଯାଇଛି , କବିପ୍ରାଣ ପଦ୍ମଶ୍ରୀ ଦମୟନ୍ତୀ ବେଶ୍ରା ମୁଖ୍ୟ ଅତିଥ୍ୟଭାବେ ଯୋଗ ଦେଇକବିତା ଗୁଚ୍ଛ କୁ ଲୋକର୍ପଣ କରିଥିଲେ ,ଅବସରପ୍ରାପ୍ତ ବରିଷ୍ଠ ପ୍ରାଧ୍ୟାପକ ଡକ୍ଟର ସୁଧା ଦାଶ ସଭାପତିତ୍ଵ କରିଥିବାବେଳେ ସାମ୍ବାଦିକ ଦେବାଶିଷ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ ,ପ୍ରାରମ୍ଭ ରେ ଦେବୀ ସରସ୍ବତୀ ,ଭାରତମାତା ଙ୍କୁ ପୁଷ୍ପରଘ୍ୟ ପ୍ରଦାନ କରି ଶ୍ରୀମାଅରବିନ୍ଦ ଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା ,ମିଳନୀ ସାହିତ୍ୟ ସାଂସଦ ସଭାପତି କବି ଦେବାଶିଷ ଚକ୍ରବର୍ତୀ ପୁସ୍ତକ ସମୀକ୍ଷା କରିଥିଲେ , ଅବସର ପ୍ରାପ୍ତ ଶିକ୍ଷୟତ୍ରୀ ମହାସରସ୍ଵତୀ ମିଶ୍ର , ଅଧ୍ୟାପକ ସୁମନ୍ତ୍ରନାଏକ ,ଙ୍କ ସମେତ ଅନେକ ଗୁଣୀ ସାହିତ୍ୟିକ କବି କବିତା ଗୁଚ୍ଛପଥ କରି ଅଜସ୍ର ପ୍ରଶଂସା କରିଥିଲେ ,ଦେବଦର୍ଶନ ଦାଶ ଅତିଥି ମାନକୁ ଉତ୍ତରୀୟ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ,କବି ପିନାକୀ ଏକାଧାର ରେ ଜଣେ କବି ,ଶିକ୍ଷକ ,ସାହିତ୍ୟ ଏକାଡ଼େମୀ ର ପୂର୍ବତନ ସଦସ୍ୟ ଭବେ ଅନେକ ସୁଖ୍ୟାତି ର ଅଧିକାରୀ ହୋଇପାରିଛନ୍ତି

