ରାଉରକେଲା:23//8,(ଉତ୍କଳ ସମାଚାର)ପାନପୋଷ ସର୍କିଟ ହାଉସ୍ ଅପରାଧିକ ମାମଲାର ନିରପେକ୍ଷ ତଦନ୍ତ ଦାବି କରି ଆଜି ରାଉରକେଲା ଜିଲ୍ଲା କଂଗ୍ରେସ ପକ୍ଷରୁ ରାଉରକେଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।୦୨୬ ଅଗଷ୍ଟ ୧୪ ତାରିଖ ଦିନ ଗିରଫ ହୋଇଥିବା କେତେକ ଅପରାଧୀ ରାଉରକେଲା ସର୍କିଟ୍ ହାଉସରେ ଗତ ତା୨୧-୭-୨୦୨୬ରିଖ ଠାରୁ ଆଡ୍ଡା ଜମାଇଥିଲେ। ପୋଲିସ ତାଙ୍କୁ ଗିରଫ କଲାପରେ, ଏହି ମାମଲାଟି ଜନସାଧାରଣଙ୍କ ସାମ୍ନାକୁ ଆସିଥିଲା। କିନ୍ତୁ ଆଜି ପର୍ଯ୍ୟନ୍ତ ମୁଖ୍ୟ ମାଷ୍ଟର ମାଇଣ୍ଡ ଏବଂ କିଏ ସେଇ ବ୍ଯକ୍ତି, ଯିଏକି ରାଉରକେଲା ସର୍କିଟ ହାଉସର ଦୁଇଟି ଭିଭିଆଇପି ରୁମ୍ ବୁକ୍ କରିଥିଲେ, ତାଙ୍କୁ ଗିରଫ କରିବା ପାଇଁ ରାଉରକେଲା ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଦାବି ରଖାଯାଇଛି। ଜିଲ୍ଲା କଂଗ୍ରେସ ପକ୍ଷରୁ ଏହି ବିକ୍ଷୋଭ ପ୍ରଦର୍ଶନରେ ଜିଲ୍ଲା କଂଗ୍ରେସ ସଭାପତି ସାବିର ହୁସେନ, ପୂର୍ବତନ ଜିଲ୍ଲା ସଭାପତି ଦେବବିହାରୀ, ପୂର୍ବତନ ଜିଲ୍ଲା ସଭାପତି ରଶ୍ମିରଞ୍ଜନ ପାଢ଼ୀ, ପୂର୍ବତନ ରାଜ୍ୟ ସାଧାରଣ ସମ୍ପାଦକ ପ୍ରବୋଧ ଦାସ, ସୁଶୀଲ କିଣ୍ଡୋ, ଶ୍ରୀମତୀ ଝରଣା ତ୍ରିପାଠୀ, ଖାଦେଳ ସେଠି, ସରୋଜ ଲେଙ୍କା, ଦେବକାନ୍ତ ନାୟକ ବନମାଳୀ ବିଶୋଇ, ନଚିକେତା ମହାପାତ୍ର, କିର୍ତ୍ତନ ଦାସ, ଶିବୁ ଦୀପ୍, ମନୋଜ ପାଣିଗ୍ରାହୀ, ରାଜେଶ ଟପ୍ପୋ, ବସନ୍ତ ସାମଲ, ସୁନୀଲ ସିଂ, ତରୁଣ ବାଗ୍, ଶ୍ୟାମ ସାଗର, ଏଡି ଗୁଲାମ, ସୁଦନ ତନ୍ତୀ, ପିଣ୍ଟୁ ସାହୁ, ଏଡି ଇମାମ୍, ଏଡି ସବିର ହୁସେନ, ଏଡି ନିଆଜ, ଏଡି ମୁଜାହିଦ, ପ୍ରଦ୍ଯୁମ୍ନ ଷଡ଼ଙ୍ଗୀ, ଶୁଭମ ସୁତାର, ନବୀନ ରାଉତ, ତିଳକ ନାଗ, ଆକାଶ ଦୀପ୍, ମନୋଜ ତନ୍ତୀ, ବିକାଶ ଦୀପ୍, ରୀଚି କୁମାର, ଧନଞ୍ଜୟ ମୁଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

