କେନ୍ଦୁଝର:23//8,(ଉତ୍କଳ ସମାଚାର)କେନ୍ଦୁଝର ସହରସ୍ଥ ବ୍ରହ୍ମାକୁମାରୀ ଈଶ୍ବରୀୟବିଶ୍ବବିଦ୍ୟାଳୟ ଶାନ୍ତି ସରୋବର ରେ ଆଜି ବିଶ୍ବ ବନ୍ଧୁତ୍ଵ ଦିବସ ଅବସରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇ ୫୪ ୟୁନିଟ ରକ୍ତ ସଂଗୃହୀତ କରାଯାଇ ଜିଲ୍ଲାରକ୍ତକେନ୍ଦ୍ରକୁ ମାନବକଲ୍ୟାଣ ନିମନ୍ତେ ପ୍ରେରଣ କରାଯାଇଛି । ଜିଲ୍ଲା ମୁଖ୍ୟ ଚିକିଛା ଅଧିକାରୀ ଡକ୍ଟର ଧନେଶ୍ଵର ସେଠୀ ,ୱାଟକୋ ଜେନେରାଲ ମ୍ୟାନେଜର ରମେଶ କୁମାର ସିଠ ,କେନ୍ଦ୍ର ମୁଖ୍ୟ ବ୍ରହ୍ମାକୁମାରୀ ଭଉଣୀ ବିନ୍ଦୁ ପ୍ରଦୀପ ପ୍ରଜ୍ଵଳନ କରି ଶିବିର ଉଦ୍ଘାଟନ କରିଥିଲେ ,ଜିଲ୍ଲା ବନଖଣ୍ଡ ତତ୍ୱାବଧାରକ ଧନରାଜ ଏଚଡି, ଧରଣୀଧର ବିଶ୍ବବିଦ୍ୟାଳୟ କୁଳସଚୀବ ପ୍ରତିଭା ପୃଷ୍ଟି ଉପସ୍ଥିତ ରହି ରକ୍ତଦାତାଙ୍କୁ ପ୍ରେରଣା ପ୍ରଦାନ କରିଥିଲେ , ଭଉଣୀ ଜୟନ୍ତୀଥାଟୋଇ ,ସ୍ଵାତି ,ମିନତୀ ଦୟାନିଧି ପ୍ରମୁଖ ଶିବିର ପରିଚାଳନା କରିଥିଲେ ,ସମାଜସେବୀ ଭକ୍ତବଚ୍ଛଳ ମହାନ୍ତି , ଜିଲ୍ଲା ରକ୍ତକେନ୍ଦ୍ର ସମ୍ପାଦକ ଏଆରଖାନ ,ପିଆରଓ ଅକ୍ଷୟସାହୁ , ଗୌରିଆଙ୍କର ମଲ୍ଲିକ , ଟୁଲୁ ମହାନ୍ତ ,ଶଙ୍କର ନାଏକ ପ୍ରମୁଖ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିଲେ

