କେନ୍ଦୁଝର:23//8,(ଉତ୍କଳ ସମାଚାର)ସାରା ଦେଶରେ ଯୁବ ମାନସର ପ୍ରତୀକ, ବିରୋଧ ଦଳର ନେତା ତଥା କଂଗ୍ରେସ ନେତା ରାହୁଲ ଗାନ୍ଧୀ ସହିତ ବର୍ତମାନ ଛାତ୍ର ଓ ଛାତ୍ରୀମାନଙ୍କ ମଧ୍ୟରେ ଭାବ ବିନିମୟ କାର୍ଯ୍ୟକ୍ରମ ଛାତ୍ର କି ଗୁଞ୍ଜ l ଏହି କାର୍ଯ୍ୟକ୍ରମ ଏତେ ଲୋକପ୍ରିୟ ହୋଇପାରିଛି ଯେ ଦେଶରେ ସବୁଆଡେ ଚର୍ଚ୍ଚା ହେଉଛି l ଗତକାଲି ସନ୍ଧ୍ୟାରେ ସ୍ଥାନୀୟ କଂଗ୍ରେସ ଭବନ ଠାରେ କେନ୍ଦୁଝର ଜ଼ିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ଗତକାଲି ରାହୁଲ ଗାନ୍ଧୀଙ୍କ ମହାରାଷ୍ଟ୍ରର ପୁନେରେ ଛାତ୍ର କି ଗୁଞ୍ଜ କାର୍ଯ୍ୟକ୍ରମର ସିଧା ପ୍ରସାରଣ ଟିଭି ମାଧମରେ କଂଗ୍ରେସ ନେତା ମାନେ ଦେଖିଥିଲେ l ଜ଼ିଲ୍ଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ଏହାକୁ ପରିଚାଳନା କରିଥିଲେ l ଏଥିରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ଜ଼ିଲ୍ଲା କଂଗ୍ରେସ ସଭାପତି ମନୋଜ ଜେନା, ପୂର୍ବତନ ପିସିସି ସାଧାରଣ ସମ୍ପାଦକ ଆଲୋକ ମିଶ୍ର, ପୂର୍ବତନ ପିସିସି ସମ୍ପାଦକ ସଂଗ୍ରାମ ଦାସ, ପୂର୍ବତନ ଜ଼ିଲ୍ଲା କଂଗ୍ରେସ ସଭାପତି ମୋହନ ପରିଡା, ପୂର୍ବତନ ବିଧାୟକ ସୁବର୍ଣ୍ଣ ନାଏକ, ପୂର୍ବତନ ସାଂସଦ ପ୍ରାର୍ଥୀ ଇଂ ବିନୋଦ ବିହାରୀ ନାଏକ, ଜ଼ିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶୁଭମ ରାଜ, ଜ଼ିଲ୍ଲା ଓବିସି କଂଗ୍ରେସ ସଭାପତି ଯଦୁମଣି ବାରିକ, ଜ଼ିଲ୍ଲା ଦଳିତ କଂଗ୍ରେସ ସଭାପତି ରଶ୍ମିରଞ୍ଜନ ଜେନା, ଜ଼ିଲ୍ଲା ଉପସଭାପତି ଲଳିତ ମୋହନ ନାୟକ, ସୁରଥ ସାହୁ, ସାଧାରଣ ସମ୍ପାଦକ ସୁଢଳ ସେଠି, ଦୀନେଶ ରାଉତ, ନିର୍ମଳ ନାଏକ, ରତ୍ନାକର ଜେନା, ସବିତା ସାହୁ, ସୋନାଲି ମାର୍ଣ୍ଡି, ରଘୁନାଥ ପାତ୍ର, ପ୍ରଦୀପ ଦାସ, ଚିତ୍ତରଞ୍ଜନ ରାଉତ, ପୂର୍ଣ୍ଣଚନ୍ଦ୍ର ଦାସ, ବ୍ଲକ ସଭାପତି ସୁବ୍ରତ ନାୟକ, ରମେଶ ବାରିକ, ସନ୍ତୋଷ ସାମଲ,ଚଦ୍ରବୀର ମହାନ୍ତ, ଅମିତ କୁମାର ମହାନ୍ତ, ରାମଚନ୍ଦ୍ର ମହାରଣା, ଗୋବିନ୍ଦ ମହାନ୍ତ, ହାଡିବନ୍ଧୁ ଖୁଣ୍ଟିଆ, ସୁବ୍ରତ ପ୍ରଧାନ, ସୁଭାଷ ପ୍ରଧାନ ଏବଂ ଯୁବ କଂଗ୍ରେସ ନେତା ସନତ ପାଢ଼ୀ, ଅଭିନାଶ ଓଝା, ଆନନ୍ଦ ମାଝୀ, ବ୍ୟାସଦେବ ବେହେରା, ସୁନୀଲ ମୁଣ୍ଡା, ଅମିତ ରାଉତ,ସଂଗ୍ରାମ ବେହେରା ଓ ମାନସ ବେହେରା ପ୍ରମୁଖ ଉପସ୍ଥିତ ଥିଲେ l

