ରାଉରକେଲା ୨୪/୮,(ଉତ୍କଳ ସମାଚାର) ପରିବାର ଏନସିପିଓ ଓଡିଶା, ମୌଲାନା ଆଜାଦ୍ ଉର୍ଦୁ ୟୁନିଭରସିଟି ହାଇଦ୍ରାବାଦର ମିଳିତ ଆନୁକୁଲ୍ୟରେ ଶ୍ରଦ୍ଧା ପକ୍ଷରୁ ୨ ଦିନିଆ ୯୮ତମ ଦ୍ବି-ଦିବସୀୟ ଆଞ୍ଚଳିକ ଅଭିଭାବକ ସମ୍ମିଳନୀ ଓଡିଶା-୨୦୨୬ ରାଉରକେଲାର ବରଟୋଲି ସ୍ଥିତ ପଦ୍ମିନୀ ପାଲେସ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ପ୍ରଥମ ଦିବସର ମୁଖ୍ୟଅତିଥି ଭାବେ ଯୋଗଦେଇ ମାନସିକ ଭିନ୍ନକ୍ଷମମାନଙ୍କର ଚାଲିଚଳନ ଓ ବ୍ୟବହାର ଅନ୍ୟ ଭିନ୍ନକ୍ଷମମାନଙ୍କ ଠାରୁ ଅଲଗା ହୋଇଥାଏ ଏବଂ ଏମାନଙ୍କର ମନରେ ଟିକିଏ ମାତ୍ର ଛନ୍ଦକପଟ ନଥାଏ ବୋଲି କହିବା ସହିତ ଏମାନେ ଭାରି ସ୍ନେହୀ ଓ ସରଳ ବୋଲି କହିଥିଲେ। ଏମାନେ ବହୁ ଖେଳ, ନାଚ, ଚିତ୍ର ଆଙ୍କିବା ସହିତ ବହୁ ଗୁଣରେ ପାରଙ୍ଗମ ମଧ୍ୟ। ଏମାନଙ୍କର ସ୍ଵତନ୍ତ୍ର ଶିକ୍ଷା, ଅନ୍ୟାନ୍ୟ ତାଲିମ, ଥଇଥାନ ଓ ଯାତାୟତ ପ୍ରଭୃତିରେ ସରକାର ସ୍ଵତନ୍ତ୍ର ଆଇନ ପ୍ରଣୟନ କରିଛନ୍ତି। ସେହି ଆଇନକୁ ସଠିକ୍ ଭାବେ ପ୍ରଣୟନ କରିବା ପାଇଁ ଅଭିଭାବକ, ଭିନ୍ନକ୍ଷମ ସଂସ୍ଥା ଓ ସରକାରଙ୍କ ମିଳିତ ପ୍ରଚେଷ୍ଟା ରହିବା ଉଚିତ୍। ଦୀର୍ଘ ୨୫ ବର୍ଷ ହେବ ରାଉରକେଲାର ବିଭିନ୍ନ ସଂସ୍ଥା ତଥା ଶ୍ରଦ୍ଧା ଓ ହୋମ୍ ଆଣ୍ଡ ହୋପ୍ ବହୁ ସମୟରେ ଏହି ମାନସିକ ଭିନ୍ନକ୍ଷମମାନଙ୍କ ସହିତ ମିଶିବାର ସୁଯୋଗ ପାଇଛି । ତେଣୁ ଏମାନଙ୍କର ସାମୁହିକ ଉନ୍ନତି ପାଇଁ ଆମ୍ଭମାନଙ୍କର ମିଳିତ ପ୍ରଚେଷ୍ଟା ରହିବା ଉଚିତ୍ । ପ୍ରାରମ୍ଭରେ ସମ୍ମୀଳନୀର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ପରିବାର ଏନସିପିଓ ଓଡିଶା ସଭାପତି ପ୍ରଭାକର ସାହୁ ଆଲୋକପାତ କରିଥିବା ବେଳେ ଆବାହକ ଡ଼. ରାମକୃଷ୍ଣ ବିଶ୍ଵାଳ ଅତିଥି ପରିଚୟ ଓ ସ୍ଵାଗତ ଅଭିଭାଷଣ ରଖିଥିଲେ । ଯତ୍ନରୁ ସଶକ୍ତିକରଣ, ସୁଦୃଢ଼ ପରିବାର ଏବଂ ସାମୂହିକ ପ୍ରୟାସ ମାଧ୍ୟମରେ ସମାବେଶୀ ସମାଜ ଗଠନ ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ମାନସିକ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କର ଶୈଶବରୁ ଯୁବାବସ୍ଥା ପର୍ଯ୍ୟନ୍ତ ଅଭିଭାବକ ଏବଂ ସେବା ଓ ଯତ୍ନ ଯୋଗାଉଥିବା ବ୍ୟକ୍ତି ବିଶେଷଙ୍କୁ ନେଇ ଏକ ଆଲୋଚନାଚକ୍ର ଆୟୋଜନ କରାଯାଇଥିଲା । ଏହି ଦ୍ଵିଦିବସୀୟ କର୍ମଶାଳାରେ ସାମ୍ବିଧାନିକ ବ୍ୟବସ୍ଥା, ଦିବ୍ୟାଙ୍ଗମାନଙ୍କର ଅଧିକାର ଓ ଆଇନ ନିୟମ ୨୦୧୬, ନ୍ୟାସନାଲ ଟ୍ରଷ୍ଟ ଆଇନ ୧୯୯୯, ଦିବ୍ୟାଙ୍ଗଙ୍କ ଳିକ ଅଧିକାର ସମ୍ପର୍କରେ ବିସ୍ତୃତ ଭାବେ ବିଶେଷଜ୍ଞମାନେ ଆଲୋଚନା କରିଥିଲେ । ଚୈତାଲି ଗାମୀ, ଦୀପା ବାନାର୍ଜୀ, ପ୍ରତୀକ ଅଗ୍ରୱାଲ, ଓଡିଶା ରାଜ୍ୟ ଭିନ୍ନକ୍ଷମ ଆୟୋଗର ଆୟୁକ୍ତ ବ୍ରତତୀ ହରିଚନ୍ଦନ, ରାଜ୍ୟ ଭିନ୍ନକ୍ଷମ ବିଭାଗର ଡେପୁଟି ସେକ୍ରେଟାରୀ ସନ୍ୟାସୀ ବେହେରା, ସ୍ବାଭିମାନର ପ୍ରତିଷ୍ଠାତା ଡ ସୃତି ମହାପାତ୍ର, ଜାତୀୟ ପରିବାରର ସାଧାରଣ ସମ୍ପାଦକ ଡଃ. ସୁଦୀପ ଗୋୟଲ, ହାଇଦ୍ରାବାଦର ମୌଲାନା ଆଜାଦ୍ ନ୍ୟାସନାଲ ଉର୍ଦ୍ଦୁ ବିଶ୍ବବିଦ୍ୟାଳୟର ଦିବ୍ୟାଙ୍ଗ ସାରଥୀ ସୁଶ୍ରୀ ଆକାଂକ୍ଷା, କଲିକତା ନାଇପିଡର ଦଶରଥ ଚୌଧୁରୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମୂଲ୍ୟବାନ ବକ୍ତବ୍ୟ ରଖିଥଲେ । ଶେଷରେ ଏନସିପିଓ ପରିବାର ଓଡ଼ିଶାର ସହ ସମ୍ପାଦକ ରଞ୍ଜନ କୁମାର ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ। ସେହିପରି ଦ୍ବିତୀୟ ଦିବସର ଉଦ୍ଯାପନୀ ଅଧିବେଶନରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ମିତାଲୀ ରଣା ମୁଖ୍ୟ ଅତିଥି, ଆରଜିଏଚର ସୁପରିଟେଣ୍ଡେଣ୍ଟ ଡାକ୍ତର ସୁଧା ପ୍ରଧାନ ଏବଂ ସୁଦୀପ ଗୋୟଲ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ପରିବାର ଏନସିପିଓ ଓଡ଼ିଶାର ଉପସଭାପତି ଡ. ଜଗନ୍ନାଥ ମିଶ୍ର ସ୍ବାଗତ ଭାଷଣ ଓ ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ପାଣ୍ଡବ ମଞ୍ଚ ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମରେ ଡ. ସୁଦୀପ ଗୋୟେଲ, ଡ. ରାମକୃଷ୍ଣ ବିଶ୍ବାଳ, ଉମେଶ ପୁରୋହିତ, ପ୍ରତୀକ ଅଗ୍ରୱାଲ, ଚୈତାଲୀ ଗାମୀ, ଦୀପା ବାନାର୍ଜ, ଧ୍ଵନୀ ଫାଉଣ୍ଡେସନର ମିହିର ମହାନ୍ତି, ପ୍ରମୁଖ ଦିବ୍ୟାଙ୍ଗଙ୍କ ସମ୍ପର୍କିତ ତଥା ବିଭିନ୍ନ ବୈଷୟିକ ବିଷୟରେ ଅଭିଭାବକମାନଙ୍କୁ ମାର୍ଗ ଦର୍ଶନ ଦେଇଥିଲେ। ଓଡ଼ିଶା ପରିବାର ଏନସିପିଓ ତରଫରୁ ସଭାପତି ପ୍ରଭାକର ସାହୁ, ଉପ ସଭାପତି ପ୍ରମୁଖ ସୁଜାତା ପଟ୍ଟନାୟକ,ଜଗନ୍ନାଥ ମିଶ୍ର, ଅନଙ୍ଗ ନେଗୀ, ସମ୍ପାଦକ କାର୍ତ୍ତିକ ପାଣ୍ଡବ, ଉପ-ସମ୍ପାଦକ ପ୍ରମୁଖ ରଞ୍ଜିତ କୁମାର ମହାପାତ୍ର, ରଞ୍ଜନ ମହାରଣା, ପଞ୍ଚାନନ ପାତ୍ର, କୋଷାଧ୍ୟକ୍ଷ ଆଶିର୍ବାଦ ସାମଲ ତଥା ପ୍ରମୁଖ ସଦସ୍ୟ ଗଗନ ବିହାରୀ ଧଳ, ରଜତ କୁମାର ସାହୁ ଏବଂ ଶୁଭକାନ୍ତ ବୋଇତି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ । ସୂଚନାଯୋଗ୍ୟ ଯେ ପ୍ରଥମ ଦିନ ସନ୍ଧ୍ୟାରେ ଭିନ୍ନକ୍ଷମ ପିଲାମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଦ୍ବିତୀୟ ଦିନରେ ରଜତ କୁମାର ସାହୁ ସଂଗୀତ ପରିବେଷଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶ୍ରଦ୍ଧାର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ।

