ରାଉରକେଲା ୨୬/୮,(ଉତ୍କଳ ସମାଚାର) ଆଉ ମଝିରେ ଗୋଟିଏ ଦିନ, ଆସୁଛି ରାକ୍ଷୀ ପୂର୍ଣ୍ଣିମା। ରକ୍ଷା ବନ୍ଧନର ଏହି ପବିତ୍ର ଅବସରରେ ଭଉଣୀମାନେ ଭାଇମାନଙ୍କ ହାତରେ ରାକ୍ଷୀ ବାନ୍ଧିଥାଆନ୍ତି। ରାଉରକେଲା ସ୍ମାର୍ଟ ସିଟିରେ, ମହିଳା ଏବଂ ଭଉଣୀମାନେ ରାକ୍ଷୀ କିଣିବା ପାଇଁ ଜୋରସୋରରେ ବଜାରର ଦୋକାନରେ ଭିଡ ଜମାଇଛନ୍ତି। ଏଥର ଦୋକାନୀମାନେ ସେମାନଙ୍କ ଦୋକାନରେ ଆକର୍ଷଣୀୟ ରାକ୍ଷୀ ବିକ୍ରି କରୁଛନ୍ତି। ବଜାରର ଦୋକାନଗୁଡ଼ିକରେ ରାକ୍ଷୀ ୧୦ ଟଙ୍କାରୁ ୨୦୦ ଟଙ୍କା ପର୍ଯ୍ୟନ୍ତ ରାକ୍ଷୀ ରଖାଯାଇଛି। ଅନ୍ୟପକ୍ଷରେ, ମହିଳାମାନଙ୍କ ପାଇଁ ଲମ୍ବା ଆକର୍ଷଣୀୟ ଡିଜାଇନ୍ ସହିତ ରାକ୍ଷୀ ଅଣାଯାଇଛି। ଆଜି ରାଉରକେଲା ସହରର ଡେଲି ମାର୍କେଟ, ଟ୍ରାଫିକ୍ ମାର୍କେଟ, ଜିଟି ଲେନ୍, ବାସନ୍ତୀ କଲୋନି, ଛେଣ୍ଡ ମାର୍କେଟ, ପାନପୋଷ ମାର୍କେଟ, ଫର୍ଟିଲାଇଜର ମାର୍କେଟ, ଇସ୍ପାତ ମାର୍କେଟ, ଆମ୍ବବାଗାନ୍ ମାର୍କେଟ, ସେକ୍ଟର-୧୬ ମାର୍କେଟ ସମେତ ଇସ୍ପାତ ସହରାଞ୍ଚଳର ବିଭିନ୍ନ ବଜାରରେ ରାକ୍ଷୀ ବିକ୍ରି ହେଉଛି। ୨୮ ତାରିଖ ଶୁକ୍ରବାର ଦିନ ରାକ୍ଷୀ ପର୍ବ ପାଳନ କରାଯିବ। ଭଉଣୀମାନେ ସେମାନଙ୍କ ଭାଇମାନଙ୍କୁ ମିଠା ଖୁଆଇ ହାତରେ ରାକ୍ଷୀ ବାନ୍ଧିବେ, ଯାହା ଯୋଗୁଁ ରାଉରକେଲା ସହରର ବଜାରରେ ମହିଳାଙ୍କ ଭିଡ଼ ଦେଖିବାକୁ ମିଳୁଛି। ଅନ୍ୟପକ୍ଷରେ, କପଡ଼ା ଦୋକାନ ସମେତ ଶୁଖିଲା ଫଳ ଦୋକାନରେ ମଧ୍ୟ କିଣାକଟା କରାଯାଉଛି।

