ରାଉରକେଲା ୨୬/୮,(ଉତ୍କଳ ସମାଚାର) ଏନ୍ଆଇଟିର ବିକାଶ ପାଣ୍ଠିକୁ ପୁରାତନ ଛାତ୍ର ସଂଘ ନିଟ୍ରା ତରଫରୁ ୧ କୋଟି ୧୮ ଲକ୍ଷ ୧୧ ହଜାର ୧୧୧ ଟଙ୍କା ପ୍ରଦାନ କରାଯାଇଛି। ଏନ୍ଆଇଟିର ୧୯୭୧ ବ୍ୟାଚ୍ ତରଫରୁ ୧୮ ଲକ୍ଷ ଟଙ୍କା ଯାହା ଦ୍ବାରା ୧୨ ଜଣ ଛାତ୍ରଛାତ୍ରୀଙ୍କ ଦ୍ଵାରା ପ୍ରଦାନ କରାଯାଇଥିବା ବେଳେ ନିଟ୍ରା ତରଫରୁ ୧ କୋଟି ୧୧ ହଜାର ୧୧୧ ଟଙ୍କା ପ୍ରଦାନ କରାଯାଇଛି। ପୂର୍ବରୁ ୮୦ ଜଣ ଛାତ୍ରଛାତ୍ରୀ ବୃତ୍ତି ପାଉଥିବା ବେଳେ ଏଥର ୯୨ ଜଣ ଛାତ୍ର ବୃତ୍ତି ପାଇବେ। ଏହି ଅର୍ଥ ଅନୁଷ୍ଠାନର ହିତ ଯଥା ଛାତ୍ର ବୃତ୍ତି, ଗବେଷଣା ଓ ଭିତ୍ତିଭୂମିର ଉନ୍ନତି ଆଦି ପ୍ରକଳ୍ପରେ ବିନିଯୋଗ କରାଯିବ। ସେହିପରି ଆଗାମୀ ଦିନରେ ଏହି ଛାତ୍ରବୃତ୍ତି ଶହେକୁ ଛୁଇଁବ ବୋଲି ନିଟ୍ରା ତରଫରୁ କୁହାଯାଇଛି। ଏହି ଅର୍ଥରାଶିକୁ ଏନ୍ଆଇଟିର ନିର୍ଦ୍ଦେଶକ ପ୍ରଫେସର କେ ଉମା ମହେଶ୍ଵର ରାଓ ଗ୍ରହଣ କରି ନିଟ୍ରାକୁ ଧନ୍ୟବାଦ ଦେବାସହ ଏଭଳି ମନୋଭାବକୁ ପ୍ରଶଂସା କରିଥିଲେ। ଏହି କାର୍ଯ୍ୟକ୍ରମରେ ନିଟ୍ରାର ସଭାପତି ଫକୀର ଚରଣ ମହାନ୍ତି, ସମ୍ପାଦକ ଡ ହୃଷିକେଶ ନାଏକ, ରାଉରକେଲା ଚାପ୍ଟର ସଭାପତି ବିମଳ କୁମାର ବିଶି, ଭାରତ ଭୂଷଣ ମହାନ୍ତି, ଅସୀମ ସାବତ, ସ୍ବରୂପ କୁମାର ପାଣିଗ୍ରାହୀ, ଉଦୟ ପଟେଲ, ପ୍ରବୋଧ ପାଢ଼ୀ, ଜି ପି ମାଲାନୀ, ଆର ପି ଗୁପ୍ତା, ବିଜୟ ଦାସ, ରାହୁଲ ଅଗ୍ରୱାଲ, ସରୋଜ ଦାଶ, ସମ୍ପଦ ମିଶ୍ର ଓ ଏନ୍ଆଇଟିର ପ୍ରଫେସର ଡଃ ପୁନମ ସିଂ, ଡଃ ସରୋଜ ପଟେଲ, ଡଃ ଅର୍ଚ୍ଚନା ମଲ୍ଲିକ, ଡଃ ଦୀପ୍ତିଲତା ପାତ୍ର, ଡଃ ଶାନ୍ତନୁ ବେହେରା, ଡ଼ଃ ସୂରଜ ବେହେରା, ଡଃ ହିମାଂଶୁ ଶତପଥୀ, ରେଜିଷ୍ଟ୍ରାର ରୋହନ ଧୀମାନ, ଡଃ ପଙ୍କଜ ସା, ଡଃ ଶରତ ଚାଟାର୍ଜୀ ପ୍ରମୁଖ ଉପସ୍ଥିତ ଥିଲେ। ସଭାପତି ଶ୍ରୀ ମହାନ୍ତି, ଶ୍ରୀ ବିଶି, ବି ବି ମହାନ୍ତି ପ୍ରମୁଖ ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲା ବେଳେ ଶେଷରେ ସମ୍ପାଦକ ଡଃ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।

