ସମ୍ବଲପୁର,୩୧/୦୮(ଉତ୍କଳ ସମାଚାର),(ସରୋଜ ସାହୁ):ବାବା ଧାମରେ ଦୀର୍ଘ ଏକ ମାସ ଧରି ନିଃସ୍ୱାର୍ଥପର ଭାବେ ସେବା ଯୋଗାଇ ଦେଇଥିବା ସେବାୟତ ଓ ବୀର ଭାଇମାନଙ୍କୁ ସମ୍ମାନିତ କରିବା ପାଇଁ ‘ସାଥୀ ଟିମ୍’ ପକ୍ଷରୁ ଡଲଫିନ୍ ହୋଟେଲ ପରିସରରେ ଏକ ଭବ୍ୟ ସମ୍ମାନ ସମାରୋହ ଆୟୋଜିତ ହୋଇଯାଇଛି।ଏହି ସମାରୋହରେ ମଞ୍ଚାସୀନ ଅତିଥି ଭାବେ ସମାଜସେବୀ ଶତ୍ରୁଘ୍ନ ଲାଲ ଶାହା, ଡଃ ଦ୍ୱାରିକାନାଥ ନାୟକ, କାର୍ତ୍ତିକ ପ୍ରସାଦ ବହିଦାର, ସଂଯୋଜକ ବିଶ୍ୱ ରଞ୍ଜନ ପୂଜାରୀ ଏବଂ ସାମ୍ବାଦିକ ଶ୍ୱେତ କୁମାର ପ୍ରଧାନ, ଗୁଲାବ, ଶ୍ୟାମ ସୁନ୍ଦର ପ୍ରମୁଖ ଉପସ୍ଥିତ ରହି ସେବାକାରୀଙ୍କ ନିଃସ୍ୱାର୍ଥ ସେବା କାର୍ଯ୍ୟର ଭୂୟସୀ ପ୍ରଶଂସା କରିଥିଲେ।ସିଦ୍ଧାର୍ଥ ସାହାଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ “ଆମେ ଆପଣଙ୍କୁ କେବଳ ସମ୍ମାନିତ କରୁନାହୁଁ, ବରଂ ଆପଣଙ୍କ ସେବା ଭାବନାକୁ ପ୍ରଣାମ କରୁଛୁ” ଭାବଧାରା ସହ ଆଧ୍ୟାତ୍ମିକ ଓ ଗରିମାମୟ ପରିବେଶ ମଧ୍ୟରେ ସେବାୟତମାନଙ୍କୁ ଉତ୍ସାହିତ ଓ ସମ୍ମାନିତ କରାଯାଇଥିଲା

