୧୫ ଜଣ ବରିଷ୍ଠ,୫ ଜଣ ଙ୍କୁ ମରୋଣୋତ୍ତର ଓ ୫ ଜଣ ନବପଲ୍ଲବିତ କ୍ରୀଡାବିତ୍ ଙ୍କୁ ସମ୍ବର୍ଦ୍ଧନା।
ରାଉରକେଲା଼,୩୦/୮(ଉତ୍କଳ ସମାଚାର):ରାଜ୍ୟ ର ଅଗ୍ରଣୀ କ୍ରୀଡା ସଂଗଠନ ପକ୍ଷରୁ ଜାତୀୟ କ୍ରୀଡ଼ା ଦିବସ ସେକ୍ଟର ୨ ମ୍ଯାକ୍ସମୁଲାର ଭବନ ଠାରେ ବେଶ୍ ଉତ୍ସାହ ର ସହ ପାଳିତ ହୋଇଯାଇଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ବରିଷ୍ଠ, ମରୋଣୋତ୍ତର ଓ ନବପଲ୍ଲବିତ ଖେଳାଳୀ ଙ୍କୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସଂଗଠନ ର ଅଧ୍ଯକ୍ଷ ତଥା ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଉରକେଲା ଇସ୍ପାତ କାରଖାନା ର ଭାରପ୍ରାପ୍ତ ନିର୍ଦେଶକ ଆଲୋକ ବର୍ମା ଯୋଗ ଦେଇଥିଲେ। ତାଙ୍କ ସହ ସମ୍ମାନୀତ ଅତିଥି ଭାବେ ସୁନ୍ଦରଗଡ଼ ଜିଲ୍ଲାର ଉପ ଖେଳ ନିର୍ଦେଶକ ସୁଦୀପ୍ତ ନାୟକ, ରାଉରକେଲା ଚାମ୍ବର ଅଫ କମର୍ସ ଏଣ୍ଡ ଇଣ୍ଡଷ୍ଟ୍ରିଜ୍ ର ସଭାପତି ମଳୟ ମଣ୍ଡଳ, ସମାଜସେବୀ ଦେବେନ୍ଦ୍ର ବାଗ ଓ ମେଘା ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ। ମୁଖ୍ୟ ଅତିଥି ଙ୍କ ସମସ୍ତ ଅତିଥି କିମ୍ବଦନ୍ତୀ ପୁରୁଷ ମେଜର ଧ୍ୟାନଚାନ୍ଦଙ୍କ ଫଟୋ ଚିତ୍ର ରେ ପ୍ରଦୀପ ପ୍ରଜ୍ବଳନ ସହ ପୁଷ୍ପ ଗୁଚ୍ଛ ଦେଇ ଶ୍ରଦ୍ଧା ସୁମନ ଜ୍ଞାପନ କରିଥିଲେ। ମୁଖ୍ୟ ଅତିଥି ନିଜ ଅଭିଭାଷଣ ରେ କ୍ରୀଡାବିତ୍ ମାନଙ୍କୁ ଦିବସ ର ଶୁଭେଚ୍ଛା ଦେବା ସହ ଆରଏସପି ପକ୍ଷରୁ କ୍ରୀଡା ର ପ୍ରୋତ୍ସାହନ ନିମନ୍ତେ ସର୍ବଦା ପ୍ରୟାସ ଜାରି ରହିଛି। ଚନ୍ଦ୍ରଶେଖର କ୍ରୀଡା ସଂଗଠନ ର କ୍ରୀଡ଼ା ର ପ୍ରସାର ଦିଗରେ ପ୍ରୟାସ କୁ ପ୍ରଶଂସା କରିବା ସହ ଭେଟେରାନ ଖେଳାଳି ଙ୍କୁ ଆଣି ସମ୍ବର୍ଦ୍ଧନା ଦେବା କାର୍ଯ୍ୟକ୍ରମ ସତରେ ନିଆରା ବୋଲି କହିଥିଲେ। ଉପସ୍ଥିତ ସମସ୍ତ ସମ୍ମାନୀତ ଅତିଥି କାର୍ଯ୍ୟକ୍ରମ କୁ ପ୍ରଶଂସା କରିବା ସହ ଉପସ୍ଥିତ ସମସ୍ତ କ୍ରୀଡା ବିତ୍ ମାନଙ୍କ ସମାରୋହ ରେ ବରିଷ୍ଠ କନିଷ୍ଠ ଓ ନବ ପଲ୍ଲବିତ ଙ୍କ ଉପସ୍ଥିତି ଏକ ନିଆରା ପରମ୍ପରା ବାର୍ତ୍ତା ଦେଉଥିବା ନେଇ ମତ ପୋଷଣ କରିଥିଲେ। ସଂଗଠନ ର ସାଧାରଣ ସମ୍ପାଦକ ଦେବଦତ୍ତ ଜେନା ଓ ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ ଙ୍କ ପ୍ରୟାସ ରେ ଆଜି ପର୍ଯ୍ଯନ୍ତ ୫୦ ରୁ ଉର୍ଦ୍ଧ୍ବ ଜାତୀୟ ଭଲିବଲ ମହିଳା ଖେଳାଳୀ ସୁନ୍ଦରଗଡ଼ ଜିଲ୍ଲା ରୁ ଉଭା ହେଲେଣି। ସେମାନଙ୍କ ମଧ୍ୟରୁ ଅନେକ ସରକାରୀ ଚାକିରି ରେ ମଧ୍ୟ ଅବସ୍ଥାପିତ ହୋଇଛନ୍ତି। ତେଣୁ ସଂଗଠନ ମହିଳା ଭଲିବଲ ସହ ସାଇକେଲିଂ ଓ ଯୋଗ କୁ ପ୍ରାଧାନ୍ୟ ଦେଇ ଆସିଛି। ଆଗାମୀ ଦିନରେ ଅନ୍ଯାନ ଖେଳ କୁ ମଧ୍ୟ ପ୍ରୋତ୍ସାହନ ଦିଗରେ କାର୍ଯ୍ୟ କରିବ।ସଂଗଠନ ର ସଭାପତି ବାର୍ଷିକ ବିବରଣୀ ଉପସ୍ଥାପନା କରିଥିବା ବେଳେ ବରିଷ୍ଠ କ୍ରୀଡାବିତ୍ ନିଖିଳ କଳାକାର ପ୍ରଧାନ ଧନ୍ୟବାଦ ପ୍ରସ୍ତାବ ରଖିଥିଲେ। ଅନୀଲ କୁମାର ମଲ୍ଲିକ ମଞ୍ଚ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ଆୟୋଜନ ରେ ଉପସଭାପତି ଗୋପାଳ ଜେନା, ସାଂଗଠନିକ ସମ୍ପାଦକ ସୁଶାନ୍ତ ଶତପଥୀ, ଯୁଗ୍ମ ସମ୍ପାଦକ ଗୁପ୍ତେଶ୍ୱର ଡୋରା, ମୃତ୍ୟୁଞ୍ଜୟ ନାୟକ, ରାଧାକାନ୍ତ ତ୍ରିପାଠୀ ଓ କୋଷାଧ୍ୟକ୍ଷ ବିଶ୍ବଜିତ ମହାନ୍ତି ଙ୍କ ସକ୍ରିୟ ସହଯୋଗ କରିଥିଲେ।

