ପାପଡ଼ାହାଣ୍ଡି:1//9,(ଉତ୍କଳ ସମାଚାର) ଦୀର୍ଘ ବର୍ଷର ଶିକ୍ଷାଦାନ ସେବା ପରେ ଅବସର ନେଉଥିବା ପ୍ରଧାନଶିକ୍ଷକ ରାଜେନ୍ଦ୍ର ହରିଜନଙ୍କୁ ନେଇ ବିଦ୍ୟାଳୟ ପରିସରରେ ଏକ ଭାବବିହ୍ୱଳ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଛି।ଏହି ଅବସରରେ ବର୍ତ୍ତମାନର ପ୍ରଧାନଶିକ୍ଷକ ବସନ୍ତ ନାୟକଙ୍କ ସମେତ ସହକାରୀ ଶିକ୍ଷକମାନେ ସହଯୋଗ ରିଥିବାବେଳେ ଗ୍ରାମବାସୀମାନେ ମଧ୍ୟ ଉତ୍ସାହର ସହ ଯୋଗଦେଇଥିଲେ। ଉପସ୍ଥିତ ଅତିଥି, ଶିକ୍ଷକ, ଅଭିଭାବକ ଓ ଗ୍ରାମବାସୀମାନେ ଶ୍ରୀ ହରିଜନଙ୍କ ଦୀର୍ଘ ଶିକ୍ଷାଦାନ ସେବା ଓ ଛାତ୍ରଛାତ୍ରୀଙ୍କ ପ୍ରତି ତାଙ୍କର ଅବଦାନକୁ ସ୍ମରଣ କରିଥିଲେ।ସମ୍ବର୍ଦ୍ଧନା ସ୍ୱରୂପ ତାଙ୍କୁ ଫୁଲମାଳା, ପୁଷ୍ପଗୁଚ୍ଛ ଓ ଉପହାର ପ୍ରଦାନ କରାଯାଇଥିଲା। ଅବସର ନେଲେ ମଧ୍ୟ ଶିକ୍ଷାକ୍ଷେତ୍ରରେ ତାଙ୍କର ଅଭିଜ୍ଞତା ଓ ମାର୍ଗଦର୍ଶନ ଆଗାମୀ ପିଢ଼ି ପାଇଁ ପ୍ରେରଣା ହୋଇ ରହିବ ବୋଲି ଉପସ୍ଥିତ ଅତିଥିମାନେ ମତପ୍ରକାଶ କରିଥିଲେ।ଗ୍ରାମବାସୀଙ୍କ ସକ୍ରିୟ ଯୋଗଦାନ ଓ ଶିକ୍ଷକମାନଙ୍କ ସହଯୋଗରେ ଆୟୋଜିତ ଏହି ବିଦାୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଏକ ଭାବପୂର୍ଣ୍ଣ ଓ ସ୍ମରଣୀୟ ଅବସରରେ ପରିଣତ ହୋଇଥିଲା।

