କେନ୍ଦୁଝର:1//9,(ଉତ୍କଳ ସମାଚାର)କେନ୍ଦୁଝର ଜିଲ୍ଲା କ୍ରୀଡା ସଂସ୍ଥା ଆନୁକୂଲ୍ୟରେ ରାଜ୍ୟର ମର୍ଯ୍ୟାଦାପୂର୍ଣ୍ଣ ତଥା ସମ୍ମାନଜନକ ସାହାଣୀ କପ ସିନିଅର ପୁରୁଷ ଆନ୍ତଃ ଜିଲ୍ଲା ଫୁଟବଲ ଟୁର୍ନାମେଣ୍ଟ ପାଇଁ ଜିଲ୍ଲା ଦଳ ଚୟନ ଆସନ୍ତା ୩ ସେପ୍ଟେମ୍ବର ଗୁରୁବାର ଦିନ ଷ୍ଟାଡିୟମ ପଡିଆ ଠାରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଛି। ଆଗ୍ରହୀ ପୁରୁଷ ଖେଳାଳି ନିଜର ପ୍ରମାଣ ପତ୍ର (ଜନ୍ମ ସାର୍ଟିଫିକେଟ / ହାଇ ସ୍କୁ ଲ ସାର୍ଟିଫିକେଟ / ଆଧାର କାର୍ଡ) ସହ ନିଜର ଖେଳ ଉପକରଣ ଧରି ଫୁଟବଲ ସମ୍ପାଦକ ରବୀନ୍ଦ୍ର କୁମାର ପାଢ଼ୀଙ୍କ ନିକଟରେ ଜିଲ୍ଲା କ୍ରୀଡା ସଂସ୍ଥା କାର୍ଯ୍ୟାଳୟ ଠାରେ ପୂର୍ବାହ୍ନ ୯ ଘଟିକା ସମୟରେ ନାମ ପଞ୍ଜିକରଣ କରି ଚୟନ ପ୍ରକ୍ରିୟାରେ ସାମିଲ ହେବାକୁ ଜିଲ୍ଲା କ୍ରୀଡା ସଂସ୍ଥାର ସାଧାରଣ ସମ୍ପାଦକ ସଂଗ୍ରାମ କେଶରୀ ପଟ୍ଟନାୟକ ଏକ ପ୍ରେସ ଇସ୍ତାହାରରେ ଜଣାଇଛନ୍ତି। ସବିଶେଷ ବିବରଣୀ ପାଇଁ ଜିଲ୍ଲା କ୍ରୀଡା ସଂସ୍ଥାର ଯୁଗ୍ମ ସମ୍ପାଦକ ରବୀନ୍ଦ୍ର କୁମାର ପାଢ଼ୀ ମୋବାଇଲ ନମ୍ବର ୯୯୩୭୧୨୮୨୦୦ ସହ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି l
