କେନ୍ଦୁଝର:4//9,(ଉତ୍କଳ ସମାଚାର)ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ (ଆରଡିସି, ସମ୍ବଲପୁର) ତଥା ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ପର୍ଯ୍ୟବେକ୍ଷକ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର,, ଆଜି ଦ୍ୱିତୀୟ ଥର ପାଇଁ କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସେ ଚମ୍ପୁଆ ଗସ୍ତ କରିବା ସହ ଜିଲ୍ଲାରେ ଚାଲିଥିବା ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାର ଅଗ୍ରଗତି ସମ୍ପର୍କରେ ତଦାରଖ କରିଥିଲେ। ଗସ୍ତ ସମୟରେ ଆରଡିସି ଶ୍ରୀ ମହାପାତ୍ର ବିଭିନ୍ନ ଦାଖଲ ଫର୍ମଗୁଡ଼ିକର ସମାଧାନ ଓ ନିଷ୍ପତ୍ତି ପ୍ରକ୍ରିୟାର ତଦାରଖ କରିଥିଲେ। ବିଶେଷ କରି ଯେଉଁ ବୁଥ୍ଗୁଡ଼ିକରେ ସର୍ବାଧିକ ନୂତନ ନାମ ଯୋଗ ଏବଂ ନାମ ବାଦ୍ ପଡ଼ିଛି, ସେହି ବୁଥ୍ଗୁଡ଼ିକର ସ୍ଥିତି ଏବଂ ପରିସଂଖ୍ୟାନକୁ ସେ ବିଶେଷ ଭାବରେ ସମୀକ୍ଷା କରିଥିଲେ। ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟ ଯୋଜନାବଦ୍ଧ ଏବଂ ସୁଚାରୁ ରୂପେ ଚାଲିଥିବାରୁ ସେ ସାମଗ୍ରିକ ଅଗ୍ରଗତି ଉପରେ ସନ୍ତୋଷ ପ୍ରକାଶ କରିଥିଲେ।ଏହି ସମୀକ୍ଷା ଓ ପରିଦର୍ଶନ କାର୍ଯ୍ୟକ୍ରମରେ ପାଟଣା ନିର୍ବାଚନ ମଣ୍ଡଳୀର ନିର୍ବାଚନ ପଞ୍ଜୀକରଣ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମନ୍ଦରଧର ମହାଳିକ, ଚମ୍ପୁଆ ନିର୍ବାଚନ ମଣ୍ଡଳୀର ଇଆରଓ ତଥା ଉପ-ଜିଲ୍ଲାପାଳ ଶ୍ରୀ ଉମାକାନ୍ତ ପରିଡ଼ା, ଡେପୁଟି କଲେକ୍ଟର ଶ୍ରୀମତୀ ଅରୁଣିମା ସାହୁ, ତହସିଲଦାର ଚମ୍ପୁଆ ଶ୍ରୀ ସତ୍ୟବ୍ରତ ସାହୁ ଓ ତହସିଲଦାର ବଡ଼ବିଲ ରାକେଶ କୁମାର ପଣ୍ଡା ଓ ଅନ୍ୟ ଅଧିକାରୀ ଏବଂ କର୍ମଚାରୀ ଉପସ୍ଥିତ ଥିଲେ।
