କେନ୍ଦୁଝର, ୪/୯(ଉତ୍କଳ ସମାଚାର):- ଭଗବାନ ଶ୍ରୀକୃଷ୍ଣ ଙ୍କ ଜନ୍ମ ଦିବସ ଜନ୍ମାଷ୍ଟମୀ ଭକ୍ତି ଶ୍ରଦ୍ଧା ସମର୍ପଣ ର ସହିତ ଜିଲ୍ଲାର ପ୍ରତି କୋଣ ଅନୁକୋଣ ରେ ପାଳିତ ହୋଇଯାଇଛି , ପ୍ରତ୍ଯେକ ମନ୍ଦିରରେ ଭକ୍ତ ଶ୍ରଦ୍ଧାଳୁ ମାନେ ପ୍ରାତଃ ରୁ ଶୁଦ୍ଧପୂତ ଭାବରେ ଭଗବାନ ଶ୍ରୀକୃଷ୍ଣ ଙ୍କ ଦର୍ଶନ ସହିତ ପୂଜାଅର୍ଚନା କରିଥିଲେ ,ଅନେକ ସ୍ଥାନରେ ଭଜନ କୀର୍ତନ ପ୍ରସାଦ ସେବନ ପ୍ରସାଦ ବଣ୍ଟନ ନୀରବିଚ୍ଛିନ୍ନ ଭାବରେ ରାତ୍ରି ପର୍ଯନ୍ତ ଚଳିଥିଲା ,ବିଭିନ୍ନ ଅନୁଷ୍ଠାନ ମାନଙ୍କରେ କୁନିକୁନି ପିଲାଙ୍କ ମଧ୍ୟରେ ଶ୍ରୀକୃଷ୍ଣ ଙ୍କ ବେଶ ରେ ସମାବେଶ ଆୟୋଜିତ ହୋଇ ବେଶ ଆନନ୍ଦ ଓ ଭକ୍ତିମୟ ପରିବେଶ ସୃଷ୍ଟିକରିଥିଲା ,ଶାନ୍ତିଶୃଙ୍ଖଳା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତ୍ଯେକ ସ୍ଥାନରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା , ପାଗ ଶୁଖିଲା ଯୋଗୁ ସମସ୍ତ ଦେବସ୍ଥାନ ମାନଙ୍କରେ ଭୀଷଣ ଭିଡ ପରିଲକ୍ଷିତ ହୋଇଥିଲା

