ପାପଡାହାଣ୍ଡି:6//9//26:(ଉତ୍କଳ ସମାଚାର)ରିଖରେ ନବରଙ୍ଗପୁର ଜିଲ୍ଲାର ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ପଣ୍ଡିକୋଟ ପଂଚାୟତ ର ଦୁଲପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ସମ୍ବଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି. ଏହି ସଭା ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଅନୁବନ୍ଧିତ ବ୍ଲକ ପ୍ରାଥମିକ ଫେଡେରେସନ ଶିକ୍ଷକ ସଙ୍ଘ ପାପଡାହାଣ୍ଡି ଦ୍ଵାରା ଅନୁଷ୍ଠିତ ହୋଇଯାଇଛି. ଏହି ସଭାରେ ସଭାପତି ଶ୍ରୀ ସୁଦର୍ଶନ ମାଝୀ ମୁଖ୍ୟ ଅତିଥିଭାବେ ଏ ବି ଓ ଶ୍ରୀ ସୁଦର୍ଶନ ନାୟକ ଓ ସଂମାନୀୟ ଅତିଥି ଭାବେ ଶ୍ରୀ ବାଲକ ଦାସ ରନ୍ଧାରୀ ଓ ମୁଖ୍ୟ ବକ୍ତା ଭାବେ ଶ୍ରୀ ରତିକାନ୍ତ ପଣ୍ଡା ପ୍ରଭୁତି ଉପସ୍ଥିତ ଥିଲେ. ସେମାନେ ସେବା ନିବୃତ ଶିକ୍ଷକ ଓ ଶିକ୍ଷୟତ୍ରୀ ଶ୍ରୀ କିଶୋର ଚନ୍ଦ୍ର ବେହେରା, ଶ୍ରୀମତୀ କନକଲତା ପାତ୍ର, ଶ୍ରୀମତୀ ସୁବାସିନୀ ପଟ୍ଟନାୟକ, ଶ୍ରୀ ପ୍ରଭାତ ଭୂଷଣ ଜେନା, ଶ୍ରୀ ମୋହନ ପଣ୍ଡା ଶ୍ରୀ ସୁରେଶ କୁମାର ପରିଛା, ଶ୍ରୀ ଚିତ୍ତରଞ୍ଜନ ତ୍ରିପାଠୀ ଓ ରାଜେନ୍ଦ୍ର ହିଆଲ ଏହି ଅବସର ଗ୍ରହଣ କରିଥିବା ଆଠ ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କୁ ଫୁଲମାଳ ଦେଇ ସ୍ୱାଗତ କରାଯାଇଥିଲା ଅତିଥି ମାନେ ଗୁରୁ ଦିବସ ରେ ଅବସର ପ୍ରାତଗୁରୁ ମାନଙ୍କୁ ଉପହାର ଓ ଉପଢୌକନ ଦେଇ ସମ୍ବଦ୍ଧନା ଦିଆଗଲା.ସୁକମନ ଦିଶାରୀ, ମଞ୍ଚ ପରିଚାଳନା କରିଥିଲେ ଦେବ ମାଝୀ, ଦୈତାରୀ ପୂଜାରୀ, ବକଚାନ୍ଦ ପୂଜାରୀ ଓ ମମତା ନାୟକ ପ୍ରଭୃତି ସହଯୋଗ କରିଥିଲେ ଓ ଦୁଲପୁର ପ୍ରାଥମିକ ବିଦ୍ୟାଳୟ ର ପିଲାମାନେ ଗୁରୁ ଦିବସ ରେ ଗୁରୁମାନଙ୍କୁ ଫୁଲ ଚନ୍ଦନ ଦେଇ ପୂଜା କରିଥିଲେ ଅତିଥି ମାନେ ପ୍ରତି ବର୍ଷ ଏହିପରି ଗୁରୁମାନଙ୍କ ସଂମ୍ମାନିତ କରିବାକୁ ପ୍ରସ୍ତାବ ଦେଲେ ଶେଷରେ ଦୁଲପୁର ପ୍ରଧାନ ଶିକ୍ଷୟତ୍ରୀ ସୁବାସିନୀ ଦଣ୍ଡସେନା ଧନ୍ୟବାଦ ଅର୍ପଣ କରିଥିଲେ ଓ ସମସ୍ତେ ମିଷ୍ଟାନ ଭୋଜନ କରିଥିଲେ

