ସମ୍ବଲପୁର,୦୯/୦୯(ଉତ୍କଳ ସମାଚାର),(ସରୋଜ ସାହୁ):ମାନେଶ୍ଵର ବ୍ଲକ ମାଳତୀ ଗୁଣ୍ଡେରପୁର ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ମିନତୀ ପୁଝାରୀଙ୍କ ସଭାପତିତ୍ବରେ ସଂସ୍କୃତ ଦିବସ ମହାସମାରୋହରେ ପାଳନ କରାଯାଇଥିଲା। ଏହି ଅବସରରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଚିତ୍ତରଞ୍ଜନ ପ୍ରଧାନ ମୁଖ୍ୟ ଅତିଥି , ବିଶିଷ୍ଟ ଲୋକପ୍ରିୟ ସମାଜସେବୀ କମଳ ଲୋଚନ ପଣ୍ଡା ସମ୍ମାନୀତ ଅତିଥି ଏବଂ ମହୁଲପାଲୀ ଉନ୍ନିତ ଉଚ୍ଚ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ମିଲନ କୁମାର ହୋତା ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରିଥିଲେ।ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଅମିତଲାଲ ବେହେରାଙ୍କ ନେତୃତ୍ବରେ ସଭା ଆରମ୍ଭ କରାଯାଇଥିଲା। ମୁଖ୍ୟ ଅତିଥି ଛାତ୍ରଛାତ୍ରୀ ମାନଙ୍କୁ ସଂସ୍କୃତ ଦିବସ ତଥା ସଂସ୍କୃତ ପ୍ରତି ନିଜ ନିଜର ଯୋଗଦାନ ବିଷୟରେ ବୁଝାଇଥିଲେ। କମଳ ଲୋଚନ ପଣ୍ଡା କିପରି ଭାବରେ ଛାତ୍ରଛାତ୍ରୀମାନେ ନିଜ ନିଜର ଦୈନନ୍ଦିନ ଜୀବନରେ ସରଳ ସଂସ୍କୃତକୁ ଉପଯୋଗ କରିବେ ଓ ସଂସ୍କୃତ ଶ୍ଳୋକ ଉଚ୍ଚାରଣ ତଥା ମନ୍ତ୍ରପାଠ ଉପରେ ଆଲୋକପାତ କରିଥିଲେ। ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ଶ୍ଳୋକ ଉଚ୍ଚାରଣ ଓ ସଂସ୍କୃତ ସଙ୍ଗୀତ ଗାନ କରାଯାଇଥିଲା। ଅତିଥି ମାନଙ୍କ ଦ୍ଵାରା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଭାଗ ନେବା ସହ ସଭା ଶେଷରେ ଗଣିତ ଶିକ୍ଷୟିତ୍ରୀ ଶ୍ଵେତାଙ୍ଗିନୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

