ରାଉରକେଲା ୧୨/୯,(ଉତ୍କଳ ସମାଚାର) ଆଜି ରାଉରକେଲା ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ କୋର୍ଟ ପରିସରରେ ପାନପୋଷ ତାଲୁକ ଲିଗାଲ୍ ସର୍ଭିସେସ୍ କମିଟି ପକ୍ଷରୁ ରାଷ୍ଟ୍ରୀୟ ଲୋକ ଅଦାଲତ ଆୟୋଜିତ ହୋଇଯାଇଛି।ଏହି ରାଷ୍ଟୀୟ ଲୋକ ଅଦାଲତରେ ସମୁଦାୟ ୩୯୯ଟି ମାମଲାର ସମାଧାନ କରାଯିବା ସହିତ ୮,୯୬, ୬୯,୫୭୪/- (ଆଠ କୋଟି ଛୟାନବେ ଲକ୍ଷ ଅଣସ୍ତରି ହଜାର ପାଞ୍ଚ ଶହ ଚଉସ୍ତରି) ଟଙ୍କା ଆଦାୟ କରାଯାଇଥିଲା। ସେଥିମଧ୍ୟରେ ୫୯ଟି ଏମ୍ଏସିଟି କେସ୍ ରହିଥିଲା ବେଳେ ୨ଟି କ୍ରିମିନାଲ କମ୍ପାଉଣ୍ଡେବୁଲ କେସ୍, ୩୭ଟି ଅଣ୍ଡର ସେକ୍ସନ୍ ୧୩୮ ଅଧୀନରେ ଏନ୍ଆଇ ଆକ୍ଟ କେସ୍, ୩ଟି ରିକଭରି କେସ୍, ୧୩ଟି ବୈବାହିକ ବିଚ୍ଛେଦ କେସ୍, ୨୭୦ଟି ଅନ୍ୟାନ୍ୟ କ୍ରିମିନାଲ କେସ୍ ଏବଂ ୧୫ଟି କମର୍ସିଆଲ ବା ବାଣିଜ୍ୟିକ କେସ୍ ରହିଥିଲା। ଏମ୍ଏସିଟି ମାମଲାରେ ୬,୧୮,୪୮,୭୫୩ ଟଙ୍କା ଆଦାୟ କରାଯାଇଥିଲା ବେଳେ ଏନ୍ଆଇ ଆକ୍ଟରେ ୨୮,୪୩, ୧୦୫ ଟଙ୍କା, ରିକଭରି କେସରେ ୮୩,୨୭,୨୫୯ ଟଙ୍କା ଏବଂ କମର୍ସିଆଲ କେସରେ ୧,୬୬,୫୦, ୪୫୭ ଟଙ୍କା ଆଦାୟ କରାଯାଇଥିଲା। ରାଷ୍ଟ୍ରୀୟ ଲୋକ ଅଦାଲତରେ ଫେମିଲି କୋର୍ଟ ଜଜ୍ ଲିଲି ସେନାପତି, ଏମ୍ଏସିଟି -୩ ପ୍ରଥମ ଏଡିଜେ ଏମ୍ ଆର୍ ଶତପଥୀ, ଏମ୍ଏସିଟି – ୫ ଦ୍ବିତୀୟ ଏଡିଜେ ଶ୍ରୀମତୀ ରଞ୍ଜିତା ଜ୍ୟୋତିଷ, ସିଜେ ମୋନାଲିସା ପଟ୍ଟନାୟକ, ସିଜେ ଅଭିଜିତ୍ କୁମାର ପୁରୋହିତ, ପାନପୋଷ ଏସଡିଜେଏମ୍ ପରଭିନ୍ ମଣ୍ଡଳ, ଜେଏମ୍ଏଫସି ଅମିତ କୁମାର ବେହେରା, ଜେଏମ୍ଏଫସି ଶ୍ରୀମତୀ ଶର୍ମିଷ୍ଠା, ଆଡିସିନାଲ ସିଜେଏମ୍ ସ୍ପନ୍ଦନ ପଟ୍ଟନାୟକ ଏବଂ ଜେଏମ୍ଏଫସି ନାଦିଆ ଫଜଲ ଜଜ୍ ରହିଥିଲେ। ଆଡଭୋକେଟ୍ ଥିଲେ ଗିରିଶ୍ ଚନ୍ଦ୍ର ମହାପାତ୍ର, ଅମୂଲ୍ୟ ମହାପାତ୍ର, ନିର୍ମଳ ସ୍ବାଇଁ, ଏ ବି ଷଢଙ୍ଗୀ, ବି ଏନ୍ ପଡିହାରୀ, ସୁରେଶ ଦାସ, ସନ୍ତୋଷ ନାୟକ, ମନୋଜ ପଟ୍ଟନାୟକ, ପାଣ୍ଡବ ଚନ୍ଦ୍ର ପାତ୍ର, ଏସ୍ କେ ବାରିକ୍ ପ୍ରମୁଖ ମାମଲା ଲଢୁଥିଲେ।

