ନବରଙ୍ଗପୁର, ୧୨ /୦୯,(ଉତ୍କଳ ସମାଚାର) ( ) ଆଜି ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ତରଫରୁ ଜିଲ୍ଲା କୋର୍ଟ ପରିସରରେ ଜିଲ୍ଲା ଦୌରାଜର୍ଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁରର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପଟ୍ଟନାୟକଙ୍କ ନିର୍ଦ୍ଧେଶ କ୍ରମେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ୨୦୨୬ ଅନୁଷ୍ଟିତ ହୋଇଯାଇଛି। ଜିଲ୍ଲା ଦୌରାଜର୍ଜ ସଂଗ୍ରାମ କେଶରୀ ପଟ୍ଟନାୟକ ୦୪ ଗୋଟି ଦେବାନୀ (ସିଭିଲ) କେଶ ଫଇସଲା କରି ଟ.୧୨,୩୦,୪୭୪ /- କ୍ଷତିପୁରଣ ଆଦାୟ କରିଛନ୍ତି। ପରିବାର ବିଚାର ବିଭାଗୀୟ ଜର୍ଜ ଲିଲିପ୍ତା ପସାୟତ ୧୨ ଗୋଟି ପାରିବାରିକ ବିବାଦ କେସ ସମାଧାନ କରିଛନ୍ତି ଓ ଟ.୮,୬୪,୪୩୦ /- ଜୋରିମାନା ଆଦାୟ କରିଛନ୍ତି । ସେହିପରି ବରିଷ୍ଟ ଦେବାନୀ ଜର୍ଜ ଅନୁସୃତି ଚୌଧୁରୀ ୪ଟି ଦେବାନୀ କେସ ଫଇସଲା କରାଇଛନ୍ତି, ଓ ସେହିଭଳି ଉପଖଣ୍ଡ ବିଚାରବିଭାଗୀୟ ଦଣ୍ଡାଧିକାରୀ, ନବରଙ୍ଗପୁର ସୌମ୍ୟ ଶଙ୍କର ମହନ୍ତ ୦୮ଟି ଫୌଜଦାରୀ ମକଦ୍ଦମାର ଫଇସଲା କରିଛନ୍ତି ଓ ଟ.୨୨,୨୭,୨୩୭/- ଜୋରିମାନା ଆଦାୟ କରିଛନ୍ତି ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ସର୍ବମୋଟ ୧୦୦ ଗୋଟି କୋର୍ଟ କେସ ଓ ୩୨,୨୧୯ ଗୋଟି ରାଜସ୍ୱ କେସର ଫଇସଲା କରାଯାଇ ଟ.୧୫,୬୭,୪୮୦ /- ରାଜସ୍ୱ ଆଦାୟ କରାଯାଇଛି। ସେହିପରି ବ୍ୟାଙ୍କର ୧୦ ଟି ପ୍ରାକ ମକଦ୍ଦମା ମଧ୍ୟ ଫଇସଲା କରାଯାଇ ଟ.୧,୬୬,୫୦୦/- ରୁଣ ଆଦାୟ କରାଯାଇଛି । ବିଦ୍ୟୁତ ବିଭାଗର ୨୩୨ଟି ପ୍ରାକ ମକଦ୍ଦମା ମଧ୍ୟ ଫଇସଲା କରାଯାଇ ଟ.୧୬,୨୪,୬୭୦/- ବିଦ୍ୟୁତ ଦେୟ ବାବଦକୁ ଆଦାୟ କରାଯାଇଛି। ଆଞ୍ଚଳିକ ପରିବହନ ବିଭାଗର ୧୭ଟି ପ୍ରାକ ମକଦ୍ଦମା ମଧ୍ୟ ଫଇସଲା କରାଯାଇ ଟ.୧୨,୦୦୦ /- ମଟର ଯାନ ଦେୟ ବାବଦକୁ ଆଦାୟ କରାଯାଇଛି। ଓ ଭାରତ ସଂଚାର ନିଗମ ଲିମିଟେଡ (BSNL) ୦୩ ଟି ପ୍ରାକ ମକଦ୍ଦମା ଫଇସଲା କରାଯାଇ ଟ.୮,୫୨୫ ଦେୟ ଆଦାୟ କରାଯାଇଛି। ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ରେ ଅନ୍ୟାନ୍ୟ ଅତିଥି ରୂପେ ଅତିରିକ୍ତ ଜିଲ୍ଲା ଜର୍ଜ ବିଷ୍ଣୁ ପ୍ରସାଦ ମିଶ୍ର, ମୁଖ୍ୟ ବିଚାର ବିଭାଗୀୟ ଦଣ୍ଡାଧିକାରୀ ସୀମା ତ୍ରିପାଠୀ, ଶାଶ୍ଵତୀ ମିଶ୍ର ,ରେଜିସ୍ଟ୍ରାର, ସିଭିଲ କୋର୍ଟ, ଗୌତମ ପଟ୍ଟନାୟକ, ଦ୍ୱିତୀୟ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରୀ ଯୋଗ ଦେଇଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀମତୀ ସାଇ ଅଭୀପ୍ସା ଗୋଛାୟାତ ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ପରିଚାଳନା କରିଥିବା ବେଳେ କୋର୍ଟର ଆଇନଜୀବୀ ଓ କର୍ମଚାରୀ ସହଯୋଗକରିଥିଲେ।
