ରାଉରକେଲା ତା ୧୫/୦୯/୨୦୨୬:(ଉତ୍କଳ ସମାଚାର)କେନ୍ଦ୍ର ମୋଦି ସରକାର ଙ୍କ ଶ୍ରମିକ ବିରୋଧୀ ଶ୍ରମ କୋର୍ଡ ବାତିଲ କରିବା,ଓଡ଼ିଶା ବିରୋଧୀ ଏମ୍ ଏମ୍ ଡି ଆର୍ ଆଇନ୍ -୨୦୨୬ ରଦ୍ଦ କରିବା, ଶ୍ରମିକ ମାନଙ୍କ ସର୍ବନିମ୍ନ ମଜୁରୀ ୨୬ ହଜାର ଟଙ୍କା ପ୍ରଦାନ କରିବା,ଆଶା, ଅଙ୍ଗନବାଡି ପ୍ରଭୃତି ସ୍କିମ ଶ୍ରମିକ ମାନଙ୍କୁ ଶ୍ରମିକ ର ମାନ୍ୟତା ଓ ସାମାଜିକ ସୁରକ୍ଷା ଯୋଗାଇଦେବା,ଜନଗଣଙ୍କ ମୈ।ଳିକ ସମସ୍ୟାର ସମାଧାନ ଯଥା ଖାଦ୍ୟ ସାମଗ୍ରୀ ର ଆକାଶଛୁଆଁ ବଜାର ଦର ନିୟନ୍ତ୍ରଣ, ରନ୍ଧନ ଗ୍ୟାସ ଓ ତୈଳ ଦର ନିୟନ୍ତ୍ରଣ କରିବା,ଇଥାନଲ ମିଶ୍ରଣ ପେଟ୍ରୋଲ କୁ ବନ୍ଦ କରିବା ପ୍ରଭୃତି ଦାବିରେ ଆସନ୍ତା ସେପ୍ଟେମ୍ବର ୨୪-୨୫ ଦୁଇଦିନ ଧରି ସି ଆଇ ଟି ୟୁ ପକ୍ଷରୁ ରାଜ୍ୟସ୍ତରୀୟ ଗଣଧାରଣା କାର୍ଯ୍ୟକ୍ରମ ବିଧାନ ସଭା ଆଗରେ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମ ରେ ସୁନ୍ଦରଗଡ଼ ଜିଲ୍ଲା ରୁ ପ୍ରାୟ ୫ ହଜାର ଖଣି ଶ୍ରମିକ, ଶିଳ୍ପ ଶ୍ରମିକ, ଇସ୍ପାତ,ଠିକା , ନିର୍ମାଣ, ପରିବହନ, କୋଇଲା ଶିଳ୍ପ ର ଶ୍ରମିକ ଙ୍କ ସମେତ ଆଶା, ଅଙ୍ଗନବାଡି,ପାଚିକା ର ହଜାର ହଜାର ସ୍କିମ୍ ଶ୍ରମିକ ଯୋଗଦେବେ। ଆଜି ଏଥିପାଇଁ ସି ଆଇ ଟି ୟୁ, ସୁନ୍ଦରଗଡ଼ ଜିଲ୍ଲା କର୍ମକର୍ତ୍ତା କମିଟି ର ଏକ ବୈଠକ ସ୍ଥାନୀୟ ଶ୍ରମିକ ଭବନ, ସେକ୍ଟର -୧୬ ଠାରେ ଅନୁଷ୍ଠିତ ହୋଇ ଏ ସଂକ୍ରାନ୍ତରେ ଚୂଡାନ୍ତ ନିଷ୍ପତ୍ତି ନିଆଯାଇଛି। ସି ଆଇ ଟି ୟୁ ସୁନ୍ଦରଗଡ଼ ଜିଲ୍ଲା ବରିଷ୍ଠ ଉପ ସଭାପତି ଶ୍ରୀମନ୍ତ ବେହେରା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ଉପସଭାପତି ପ୍ରମୋଦ କୁମାର ସାମଲ, ଜାହାଙ୍ଗୀର ଅଲ୍ଲୀ, ରାଜ୍ୟ ସଂପାଦକ ବସନ୍ତ ନାୟକ,ବି ପି ମହାପାତ୍ର, ସୁରେନ୍ଦ୍ର ଦାଶ, ରାଜ କିଶୋର ପ୍ରଧାନ, ଯଯାତି କେଶରୀ ସାହୁ,ତାଜମୁନ ନେହାର, ଅଜିତ୍ ଏକ୍କା, ଏନ୍ ଏନ୍ ପାଣିଗ୍ରାହୀ, ପ୍ରଦୀପ ସେଠୀ,ଲକ୍ଷ୍ମୀଧର ନାୟକ, ପ୍ରଭାତ କୁମାର ମହାନ୍ତି, ବିଶ୍ଵଜିତ ମାଝୀ, ଦିବାକର ମହାରଣା, ସୁଧାଂଶୁ ଜେନା, ଅରୁଣ ମହାରଣା,ସମ୍ବିତ ସ୍ବାଇଁ ପ୍ରମୁଖ ଯୋଗଦେଇ ସୁନ୍ଦରଗଡ଼ ଜିଲ୍ଲାରେ ବ୍ୟାପକ ପ୍ରଚାର, ଶ୍ରମିକ ମଧ୍ୟରେ ସଭା, ପ୍ରଚାର ପତ୍ର ବଣ୍ଟନ କରି ଶ୍ରମିକ ଓ ଜନ ବିରୋଧି ମୋଦି ସରକାର ବିରୁଦ୍ଧରେ ଏହି ଗଣଧାରଣା କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ଆହ୍ୱାନ କରିଥିଲେ।
