ରାଜଗାଙ୍ଗପୁର:15//9,(ଉତ୍କଳ ସମାଚାର)(ସୁବାଷ ବେହେରା): କାଂଶବାହାଲସ୍ଥିତ ଲାଇସେନ୍ସପ୍ରାପ୍ତ ଠିପିବନ୍ଦ ସରକାରୀ ବିଦେଶୀ ମଦ କାଂଶବାହାଲ ଅଞ୍ଚଳ ରେ ନକଲି ମଦ ବିକ୍ରି ଓ ଅଧିକ ଡରରେ ବିକ୍ରି ଅଭିଯୋଗ କୁ ନେଇ ଉତ୍ତେଜନାଗତକାଲି ରବିବାର ରାତିରେ ନକଲି ବିଦେଶୀ ମଦ ବିକ୍ରି କୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା।ମଦ ଦୋକାନରେ ନକଲି ମଦ ବିକ୍ରି କରାଯିବା ସହ ନିର୍ଦ୍ଧାରିତ ଦରଠାରୁ ଚଢ଼ା ଦରରେ ବିକ୍ରି କରାଯାଉଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ଏହି ଅଭିଯୋଗକୁ ନେଇ କିଛି ଲୋକେ ଗତକାଲି ରାତିରେ ମଦ ଦୋକାନରେ ପହଞ୍ଚି ଦୋକାନୀ କୁ ତାଗିତ କରିଥିଲେ |କର୍ମଚାରୀଙ୍କୁ ପଚରା ଉଚରା କରିବା ସମୟରେ ଘଟଣାସ୍ଥଳରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାପଡ଼ିଛି।କର୍ମଚାରୀ ମାନେ ଭୟରେ ଦୋକାନ ଭିତରୁ ବାହାରକୁ ଆସିବାକୁ ମନା କରିଥିଲେ ଓ ଯୁକ୍ତି କରିଥିଲେ ବାହାରକୁ ନଆସିବାରୁ ସ୍ଥାନୀୟ ଯୁବକମାନେ ଦୋକାନ ସମ୍ମୁଖରେ ପାଟିତୁଣ୍ଡ କରିବା ସହ ପୁଲିସ ଉପସ୍ଥିତି ରେ ଦୋକାନର ସଟର ପକାଇ ଦେଇଥିବା ଅଭିଯୋଗ ହୋଇଛି । ବାହାର ରାଜ୍ୟର ଥିକା ମଦ ଦୋକାନୀ ବାହାର୍ରାଜ୍ୟର କରାଚାରୀ ରଖି ସ୍ଥାନୀୟ ଲୋକଙ୍କୁ ଧମକ ଚମକ ଦେଇ ବେବହାର ଦେଉଥିବା ଅଭିଯୋଗ ଆସିଲାପରେ ସ୍ଥାନୀୟ ଯୁବକ ମାନେ ବିଦେଶୀ ମାଡାଦକ ଉପରେ ଚଢ଼ାଓ କରିଥିଲେ ବୋଲି କୁହାଯାଉଛି ଏହା ପରେ ମଦଦୋକାନୀ ଥାନାରେ ଏକ ଅଭିଯୋଗ କରିବା ପରେ କାନ୍ସବାହାଲ ପୋଲିସ ଅଭିଯୋଗ ର ତଦନ୍ତ କରୁଥିବା ଜଣା ପଡିଛିଏହି ଘଟଣାର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି

