ନବରଙ୍ଗପୁର:15//9,(ଉତ୍କଳ ସମାଚାର)ମା’ ଭବାନୀ କ୍ଲବରେ ମହାଆଡ଼ମ୍ବରରେ ପୂଜା; ବିଭିନ୍ନତା ମଧ୍ୟରେ ଏକତାର ନିଆରା ଉଦାହରଣ ପାପଡ଼ାହାଣ୍ଡି, ୧୪/୦୯: ପାପଡ଼ାହାଣ୍ଡି ବ୍ଲକ ଘାଟଗୁଡ଼ା ଗ୍ରାମସ୍ଥିତ ମା’ ଭବାନୀ କ୍ଲବ ପରିସରରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ପୂଜା ମହାଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି। ପ୍ରାୟ ୪୦ ବର୍ଷ ଧରି ଚାଲିଆସୁଥିବା ଏହି ପୂଜା ଘାଟଗୁଡ଼ା ଗ୍ରାମର ଏକ ପୁରୁଣା ଓ ନିଆରା ପରମ୍ପରା ଭାବେ ପରିଚିତ।ଗ୍ରାମବାସୀଙ୍କ ସାମୂହିକ ପ୍ରଚେଷ୍ଟା ଓ ସହଯୋଗରେ ପାଳିତ ହେଉଥିବା ଏହି ପୂଜା ‘ବିଭିନ୍ନତା ମଧ୍ୟରେ ଏକତା’ର ନିଆରା ଉଦାହରଣ ସୃଷ୍ଟି କରିଛି। ପୂଜାକୁ ନେଇ ଗ୍ରାମରେ ଦେଖାଦେଇଛି ଉତ୍ସବମୁଖର ପରିବେଶ।ପୂଜାର ଅନ୍ୟତମ ଆକର୍ଷଣ ହେଉଛି ସୁନ୍ଦର ଗଣେଶ ମୂର୍ତ୍ତି। ବିଶିଷ୍ଟ ଶିଳ୍ପୀ ଶ୍ରୀ ପ୍ରଫୁଲ୍ଲ ନାୟକ ପ୍ରତିବର୍ଷ ନିଃଶୁଳ୍କରେ ମୂର୍ତ୍ତି ନିର୍ମାଣ କରିଆସୁଛନ୍ତି। ଏହି ଅବସରରେ ଶିକ୍ଷକ ଶ୍ରୀ ଦେବରାଜ ନାୟକଙ୍କ ସମେତ ଗ୍ରାମର ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଓ ଯୁବପିଢ଼ିଙ୍କ ସହଯୋଗ ପୂଜାକୁ ଅଧିକ ସଫଳ ଓ ଆକର୍ଷଣୀୟ କରିଥିବା ଜଣାପଡ଼ିଛି।ଦୀର୍ଘ ୪୦ ବର୍ଷର ଏହି ପରମ୍ପରା ଧାର୍ମିକ ଉତ୍ସବ ସହିତ ଗ୍ରାମବାସୀଙ୍କ ଏକତା, ଭାଇଚାରା ଓ ସାମାଜିକ ସହଯୋଗର ଏକ ଜୀବନ୍ତ ପ୍ରତୀକ ଭାବେ ପରିଚୟ ସୃଷ୍ଟି କରିଛି।

