ପାପଡାହାଣ୍ଡି:18//9,(ଉତ୍କଳ ସମାଚାର)ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କୁ ପାପଡାହାଣ୍ଡି ବ୍ଲକ ମୋଟର ଚାଳକ ସଂଘ ତରଫରୁ ଚାଳକ ଦିବସ ଭାବେ ପାଳନ କରାଯାଇଛି l ଏହି ଅବସରରେ ସଙ୍ଘ ର ସମସ୍ତ ସଦସ୍ୟ ସ୍ଥାନୀୟ ହନୁମାନ ଙ୍କ ବିଗ୍ରହ ଠାରୁ ଏକ ବିଶାଳ ଶୋଭାଯାତ୍ରା ରେ ସହର ପରିକ୍ରମା କରି ସୋରିଷପଦର ଠାରେ ଥିବା ଆରଏମସି ପ୍ରାଙ୍ଗଣ ଠାରେ ଏକ ବୈଠକ ର ଆୟୋଜନ କରିଥିଲେ l ପାପଡାହାଣ୍ଡି ମୋଟର ଚାଳକ ସଙ୍ଘ ର ସଭାପତି ଶ୍ରୀ ଗୁରୁପ୍ରସାଦ ପଣ୍ଡା ଙ୍କ ସଭାପତିତ୍ବ ରେ ଆୟୋଜିତ ଏହି ବୈଠକ ରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ପଂଚାୟତ ସମିତି ଉପାଧ୍ୟକ୍ଷ ଶ୍ରୀ ସୁଶାନ୍ତ କୁମାର ବେହେରା, ପାପଡାହାଣ୍ଡି ମୋଟର ଚାଳକ ସଙ୍ଘ ର ସମ୍ପାଦକ ଶ୍ରୀ ସୁରଜିତ ପଟ୍ଟନାୟକ, ଉପସଭାପତି ଶ୍ରୀ ରାଜେନ୍ଦ୍ର ଗୌଡ଼, ସହ-ସମ୍ପାଦକ ଶ୍ରୀ ନରସିଂହ ବାଗ ଙ୍କ ସମେତ 100 ରୁ ଉର୍ଦ୍ଧ ସଙ୍ଘ ର ସଭ୍ୟ ଉପସ୍ଥିତ ରହିଥିଲେ l ସମସ୍ତ ସଂଘ ନିଜ ନିଜ ଦାବି ପୂରଣ ସକାଶେ ଓ ସରକାର ଙ୍କ ଉପରେ ଚାପ ପକାଇବା ପାଇଁ ଅନଶନ ଏବଂ ହରତାଳ କରିଥାନ୍ତି କିନ୍ତୁ ଡ୍ରାଇଭର ମାନେ ନିଜ ଜୀବନ କୁ ସୁତାକ୍ଷୀୟ ରେ ରଖି ଦିନ ରାତି ଏକ କରି ଲୋକଙ୍କ ସେବା ରେ ଲାଗିଛନ୍ତି କିନ୍ତୁ ଏମାନଙ୍କ ଉପରେ ସରକାର ଙ୍କ କୌଣସି ଦୃଷ୍ଟି ପଡୁନାହଁ l ତେଣୁ ଆଜି ସଂଘ ପକ୍ଷରୁ ସରକାର ଙ୍କ ନିକଟରେ ରଖାଯାଇଥିବା ପ୍ରମୁଖ ଦାବି ଗୁଡିକ ମଧ୍ୟରେ ଡ୍ରାଇଭର ମାନଙ୍କୁ ଶ୍ରମ ବିଭାଗ ଦ୍ୱାରା ପଞ୍ଜିକୃତ କରାଯାଉ, ଡ୍ରାଇଭର ଙ୍କ ପାଇଁ କଲ୍ୟାଣ ଆଇନ ପ୍ରଣୟନ କରାଯାଇ କଲ୍ୟାଣ ପାଣ୍ଠି ଗଠନ କରାଯାଉ, ସମସ୍ତ ପ୍ରକାର ସାମାଜିକ ସୁରକ୍ଷା ତଥା ଗୃହ ନିର୍ମାଣ, ସ୍ୱାସ୍ଥ୍ୟ ସୁବିଧା, ପିଲାମାନଙ୍କୁ ଶିକ୍ଷା ସୁବିଧା ଆଦି ପଞ୍ଜିକୃତ ଡ୍ରାଇଭର ମାନଙ୍କୁ ଯୋଗାଇ ଦିଆଯାଉ, ବସଷ୍ଟାଣ୍ଡ ରେ ରାତ୍ରି କାଳୀନ ଡ୍ରାଇଭର ଙ୍କ ପାଇଁ ବିଶ୍ରାମ ଗୃହ ନିର୍ମାଣ କରିବା,ହାଲୁକା ଯାନ ର ପାର୍କିଙ୍ଗ ବ୍ୟବସ୍ଥା ସହିତ ଶୌଚାଳୟ ଓ ବିଶ୍ରାମ ଗୃହ ନିର୍ମାଣ କରାଯାଉ ଆଦି ବିଷୟରେ ଦୃଢ ଦାବି ହୋଇଥିଲା l ଏହି ଅବସରରେ ଦୈନିକ ଓଡ଼ିଆ ଖବର କାଗଜ ସକାଳ ର ବ୍ଲକ ପ୍ରତିନିଧି ପ୍ରବୀଣ କୁମାର ଶତନାମୀ,ପ୍ରତିକାର ର ବ୍ଲକ ପ୍ରତିନିଧି ଭି. ଶ୍ରୀନିବାସ ରାଓ, ପ୍ରତିଜ୍ଞା ର ବ୍ଲକ ପ୍ରତିନିଧି ଫକୀର ମୋହନ ଜେନା, ପ୍ରମୟ ର ବ୍ଲକ ପ୍ରତିନିଧି ଗୌତମ ଅଗ୍ରୱାଲ, ଓଡିଶା ଭାସ୍କର ର ବ୍ଲକ ପ୍ରତିନିଧି ମଳୟ କୁମାର ହିଆଲ, ଉତ୍କଳ ସମାଚାର ର ବ୍ଲକ ପ୍ରତିନିଧି ସୀତାକାନ୍ତ ବିଶୋଇ ଙ୍କୁ ପାପଡାହାଣ୍ଡି ଡ୍ରାଇଭର ଚାଳକ ସଂଘ ତରଫରୁ ଅତିଥି ଙ୍କ ଦ୍ୱାରା ପୁଷ୍ପଗୁଚ୍ଛ ଓ ଓପଢୋକନ ଦେଇ ସଂମ୍ମାନିତ କରାଯାଇଥିଲା l

