ରାଉରକେଲା:18//9,(ଉତ୍କଳ ସମାଚାର)ବିର୍ସା ମୁଣ୍ଡା ଆଥଲେଟିକ୍ ଷ୍ଟାଡିଅମ୍ ଠାରେ ଚାଲିଥିବା ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତାର (ଜୁନିୟର ଓ ସିନିୟର) ଉଦ୍ଯାପନୀ ସମାରୋହ ତଥା ପୁରସ୍କାର ବିତରଣ ଉତ୍ସବ ସଫଳତାର ସହ ସମ୍ପନ୍ନ ହୋଇଯାଇଛି।ଏହି ଉଦ୍ଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ପଶ୍ଚିମାଞ୍ଚଳ ଆରକ୍ଷୀ ଉପ-ମହାନିରୀକ୍ଷକ ବ୍ରିଜେଶ ବ୍ରଜେଶ କୁମାର ରାୟ ଯୋଗଦେଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ। ଏହି ଉତ୍ସବରେ ସ୍ପୋର୍ଟସ୍ ଡେପୁଟି ଡାଇରେକ୍ଟର ସୁଦୀପ୍ତ କୁମାର ନାୟକ ଅଧ୍ୟକ୍ଷତା କରିଥିବା ବେଳେ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟର ସିଜିଏମ୍ ସି. ଏମ୍ ଛୁଗ୍ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ।ସିନିୟର ପୁରୁଷ ବର୍ଗର ବିଜେତାମାନଙ୍କ ମଧ୍ୟରେ କମ୍ପାଉଣ୍ଡ ରାଉଣ୍ଡରେ ସ୍ୱର୍ଣ୍ଣ ପଦକ ବିଜେତା ହେଲେ KISS ଖୋର୍ଦ୍ଧାର ସାଗର ରାଇତା, ରୌପ୍ୟ ପଦକ ବିଜେତା ହେଲେ କେଉଁଝର ଡିଏଏର କେଶବା ବାନାରା ଏବଂ ବ୍ରୋଞ୍ଜ ପଦକ ବିଜେତା ହେଲେ କେଉଁଝର ଡିଏଏର ଧନେଶ୍ୱର ବେହେରା।ମହିଳା ବର୍ଗରେ ସ୍ୱର୍ଣ୍ଣ ପଦକ ବିଜେତା ହୋଇଛନ୍ତି କେଉଁଝର ଡିଏଏର ସ୍ୱପ୍ନାରାଣୀ ବେହେରା, ସେହିପରି ରୌପ୍ୟ ପଦକ ବିଜେତା ହେଲେ କେଉଁଝର ଡିଏଏର ମୋନାଲିସା ନାୟକ ଏବଂ ବ୍ରୋଞ୍ଜ ପଦକ ବିଜେତା ହୋଇଛନ୍ତି କଟକ ଡିଏଏର ମିସ୍ ନାମସି ମୁଣ୍ଡା।ଇଣ୍ଡିଆନ୍ ରାଉଣ୍ଡ ପୁରୁଷରେ ସ୍ୱର୍ଣ୍ଣ ପଦକ ବିଜେତା ହୋଇଛନ୍ତି କେଉଁଝର ଡିଏଏର ସନ୍ତୋଷ ସିସା, ସେହିପରି ରୌପ୍ୟ ପଦକ ବିଜେତା ହୋଇଛନ୍ତି ମୟୂରଭଞ୍ଜ ଡିଏଏର ଗୋବିନ୍ଦ ମାଝୀ ଏବଂ ବ୍ରୋଞ୍ଜ ପଦକ ବିଜେତା ହୋଇଛନ୍ତି କେଉଁଝର ଡିଏଏର ତ୍ରିନାଥ ମୁଣ୍ଡା।ମହିଳା ବର୍ଗରେ ସ୍ୱର୍ଣ୍ଣ ପଦକ ବିଜେତା ହୋଇଛନ୍ତି ଖୋର୍ଦ୍ଧା KISSର କୌଶଲ୍ୟା ସିଂ, ରୌପ୍ୟ ପଦକ ବିଜେତା ହୋଇଛନ୍ତି ଖୋର୍ଦ୍ଧା KISSର ଅଞ୍ଜଳୀ ସୁସ୍ମିତା ମାର୍କେ ଏବଂ ବ୍ରୋଞ୍ଜ ପଦକ ବିଜେତା ହୋଇଛନ୍ତି ଖୋର୍ଦ୍ଧା KISSର ପୂର୍ଣ୍ଣିମା ପୂର୍ତ୍ତି।
ରିକର୍ଭ ରାଉଣ୍ଡର ପୁରୁଷ ବିଭାଗରେ ସ୍ୱର୍ଣ୍ଣ ପଦକ ବିଜେତା ହୋଇଛନ୍ତି କେଉଁଝର ଡିଏଏର ଅର୍ଜୁନ ଖରା, ରୌପ୍ୟ ପଦକ ବିଜେତା ହୋଇଛନ୍ତି କେଉଁଝର ଡିଏଏର ରସାନନ୍ଦ ବିରୁଆ ଏବଂ ବ୍ରୋଞ୍ଜ ପଦକ ବିଜେତା ହୋଇଛନ୍ତି କେଉଁଝର ଡିଏଏର କୃଷ୍ଣ ମୁଣ୍ଡା।ମହିଳା ବିଭାଗରେ ସ୍ୱର୍ଣ୍ଣ ପଦକ ବିଜେତା ହୋଇଛନ୍ତି ସୈନିକ ସ୍କୁଲ ଭୁବନେଶ୍ବରର ନୋମୁଲା ଲାବଣ୍ୟା ଏବଂ ରୌପ୍ୟ ପଦକ ହାସଲ କରିଛନ୍ତି ସୁନ୍ଦରଗଡ଼ ସାଇର ମମିତା ଓରାମ ଏବଂ ବ୍ରୋଞ୍ଜ ପଦକ ବିଜେତା ହୋଇଛନ୍ତି KISSର ମାନସ୍ୱରୀ ହାଁସଦାକ ।ଏହି ସଫଳ ଆୟୋଜନ ପାଇଁ ଓଡ଼ିଶା ସରକାରଙ୍କ ଯୁବ ଏବଂ କ୍ରୀଡ଼ା ବିଭାଗ, ଓଡ଼ିଶା ତୀରନ୍ଦାଜୀ ସଂଘ (OAA) ସମ୍ପାଦକ ସମ୍ପୂର୍ଣ୍ଣାନନ୍ଦ ଦାସ ଏବଂ ସୁନ୍ଦରଗଡ଼ ଜିଲ୍ଲା ତୀରନ୍ଦାଜ ସଂଘ ସମ୍ପାଦକ ବଟକୃଷ୍ଣ ମିଶ୍ରଙ୍କ ପକ୍ଷରୁ ସମସ୍ତ ବିଜେତା, ପ୍ରଶିକ୍ଷକ ଓ କର୍ମକର୍ତ୍ତାଙ୍କୁ ସାଧୁବାଦ ଜ୍ଞାପନ କରାଯାଇଛି

