ରାଉରକେଲା:19//9,(ଉତ୍କଳ ସମାଚାର) ଗଣେଶ ଉତ୍ସବ ଅବସରରେ ସହରର ବିଭିନ୍ନ ପୂଜା କମିଟି ଦ୍ୱାରା ପ୍ରତିଷ୍ଠିତ ଗଣେଶ ପ୍ରତିମା ଦର୍ଶନ ପାଇଁ ପୂର୍ବତନ ମନ୍ତ୍ରୀ ରୋହିତ ପୂଜାରୀ ଏବଂ ରାଉରକେଲା ବିଧାୟକ ଶାରଦା ପ୍ରସାଦ ନାୟକ ରାଉରକେଲା ସହରର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କରିଛନ୍ତି। ଏହି ସମୟରେ ସେ ପୂଜା କମିଟିର ସଦସ୍ୟମାନଙ୍କୁ ଭେଟି ଗଣେଶ ଉତ୍ସବର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ।ଏହି କ୍ରମରେ ଦୁଇ ନେତା ବିସ୍ରା ରୋଡ୍ ସ୍ଥିତ ବିସ୍ରା ୟୁଥ୍ କ୍ଲବର ଗଣେଶ ପୂଜା ମଣ୍ଡପରେ ପହଞ୍ଚିଥିଲେ। ସେଠାରେ ସେ ଭଗବାନ ଗଣେଶଙ୍କ ଆରତୀରେ ସାମିଲ ହୋଇ ବିଧିବଦ୍ଧ ପୂଜାର୍ଚ୍ଚନା କରିଥିଲେ। କ୍ଲବର ସଦସ୍ୟମାନେ ବାଣ ଫୁଟାଇ ଏବଂ ଉଷ୍ମ ସମ୍ବର୍ଦ୍ଧନା ସହ ଦୁଇ ଅତିଥିଙ୍କୁ ସ୍ୱାଗତ କରିଥିଲେ। ଦୁଇ ଅତିଥିଙ୍କୁ ଉତ୍ତରୀୟ ଓ ଫୁଲତୋଡ଼ା ପ୍ରଦାନ କରାଯିବା ସହ ଏହି ଅବସରରେ ଖୀରି ପ୍ରସାଦ ବିତରଣ କରାଯାଇଥିଲା।ଏହି ଅବସରରେ ବିସ୍ରା ୟୁଥ୍ କ୍ଲବର ସଭାପତି କୃଷ୍ଣ ବର୍ମା, କମଲେଶ ଗୁପ୍ତା, କୋଷାଧ୍ୟକ୍ଷ ଅମନ ଗୁପ୍ତା, ରାକେଶ ଚକ୍ରବର୍ତ୍ତୀ, ରାଜୁ ଶର୍ମା, ବାବଲୁ ସାଓ, ବିକାଶ ଗୁପ୍ତା, ବୈଜନାଥ ଶର୍ମା, ପିଣ୍ଟୁ ଶର୍ମା, ପିଣ୍ଟୁ ଗୁପ୍ତା, ଚନ୍ଦନ ଗୁପ୍ତା, ଦିଲ୍ଲୀପ ଗୁପ୍ତା, ତପସ ଚକ୍ରବର୍ତ୍ତୀଙ୍କ ସମେତ କମିଟିର ଅନ୍ୟ ସଦସ୍ୟ ଓ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।ସେହିପରି, ଉଦିତନଗର ସ୍ଥିତ ଚିତ୍ରାଞ୍ଜଳି ପୂଜା କମିଟିର ଗଣେଶ ପୂଜା ମଣ୍ଡପରେ ମଧ୍ୟ ବିଧାୟକ ଶାରଦା ପ୍ରସାଦ ନାୟକ ଏବଂ ପୂର୍ବତନ ମନ୍ତ୍ରୀ ରୋହିତ ପୂଜାରୀ ପହଞ୍ଚିଥିଲେ। ପୂଜା କମିଟିର ସଦସ୍ୟମାନେ ଫୁଲମାଳ ଦେଇ ଦୁଇ ଅତିଥିଙ୍କୁ ଉଷ୍ମ ସ୍ୱାଗତ ଜଣାଇଥିଲେ। ଦୁଇ ନେତା ଭଗବାନ ଗଣେଶଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରି ସହରବାସୀଙ୍କ ସୁଖ, ସମୃଦ୍ଧି ଓ ମଙ୍ଗଳ କାମନା କରିଥିଲେ।

