ରାଉରକେଲାର:୧୯/୦୯/୨୬,(ଉତ୍କଳ ସମାଚାର) ରାଉରକେଲାର ଜଣାଶୁଣା ଯୁବନେତା,ହସମୁଖ ଚେହେରା,ମିଷ୍ଟାଭାଶି,ପରୌପକାରୀ ଉଦିତ ପମୋହାପାତ୍ର,ଆଉ ନାହାନ୍ତି । ପୂର୍ବରୁକର୍କଟ ରୋଗରେ ପୀଡିତ ଥିବା ଏବଂ ଗତ ରାତ୍ରିରେ ହଠାତ ନିଶ୍ଵାସ ନେବାରେ ଅସୁବିଧାହେବାରୁ, ପରିବାର ବର୍ଗ ତାଙ୍କୁ ହାଇଟେକ ମେଡିକାଲ,ପରେ ଜେ॰ପି ହସ୍ପିଟାଲ ରେ ଚିକିଛାକରାଇଥିଲେ ମଧ୍ୟ ଶେଷରେ ନିରାଶ ହେବାକୁ ପଡିଲା । ଏ ଦୁଖଦ ଖବର ସମଗ୍ର ରାଉରକେଲାବାସୀଙ୍କୁ ମର୍ମାହତ କରିଛି । ରାଉରକେଲାର ମାନ୍ୟବର ବିଧାୟକ ଶ୍ରୀ ସାରଦା ପ୍ରସାଦନାୟକ ନିଜର ଶୋକ ବାର୍ତାରେ,ଉଦିତ ମୋର ସାନ ଭାଇ ଦୃଶ୍ୟ,ତାର ପୁରାପରିବାରମାନଙ୍କ ସହିତ ମୋର ପାରିବାରିକ ସମ୍ପର୍କ ଦୀର୍ଘ ବର୍ଷ ଧରି ରହିଆସିଛି । ତାଙ୍କବାପା ସ୍ଵର୍ଗୀୟ ନିରଞ୍ଜନ ମୋହାପାତ୍ର ଙ୍କ ସହିତ ମଧ୍ୟ ମୋର ସମ୍ପର୍କ ଅତି ନିବିଡଥିଲା, ସେ ମୋର ପିତୃତୂଲ୍ୟ ଥିଲେ, ଉଦିତ ର ନିଧନ ଆମ ସମସ୍ତଙ୍କ ପାଇଁ ଅପୂରଣୀୟ କ୍ଷତିହୋଇଛି । ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି,ଏ ମୋହା ଦୁଖକୁ ଲାଘବକରିବାପାଇଁ ମୋହାପ୍ରଭୁ ପରିବାର ବର୍ଗଙ୍କୁ ଯଥେଷ୍ଟ ଶକ୍ତି ପ୍ରଦାନ କରନ୍ତୁ । ବିଜେଡ଼ିଜିଲ୍ଲା ସଭାପତି ପ୍ରଦ୍ଯୁମ୍ନ ତ୍ରିପାଠୀ,ଗଭୀର ଶୋକ ବ।ର୍ତ। ଜଣାଇଥିଲେ । ଶେଷଦର୍ଷନକରିବାପାଇଁ ତାଙ୍କର ଉଦିତ ନଗର ସ୍ଥିତ ବାସଭବନ ରେ ନିହାର ୟ,ବିରେନସେନାପତି,ଜୟନ୍ତ କୁମାର ମିଶ୍ର,ଶ୍ରୀଚରଣ ମହାନ୍ତି,ଶୈଳେନ୍ଦ୍ର ମହାନ୍ତି, ସୁବାଶସ୍ଵାଇଁ,ରମେଶ ଜେନା, ଦିଲ୍ଲୀପ ସ୍ଵାଇଁ, ଭଗବାନ ରାଉତ,ପ୍ରମୋଦ ପ୍ରଧାନ,ସୁନୀଲକାୟାଲ,ସୁଦାମ ଦାଶ,ବୁବୁଲି ରାଉତ,ଭବାନୀ କବି,ପ୍ରଦୀପ ବିଶ୍ଵାଳ ସମେତ ଅନେକ ଲୋକଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।ଜୟନ୍ତ କୁମାର ମିଶ୍ର

