ରାଉରକେଲା:19//9,(ଉତ୍କଳ ସମାଚାର) ଭାରତୀୟ ଜନତା ପାର୍ଟି, ରାଉରକେଲା ସାଙ୍ଗଠନିକ ଜିଲ୍ଲା ଅନ୍ତର୍ଗତ ଛେଣ୍ଡ ମଣ୍ଡଳ ପକ୍ଷରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ତାଙ୍କ ସୁସ୍ଥ ଓ ଦୀର୍ଘାୟୁ ଜୀବନ କାମନା କରି ଆଶୀର୍ବାଦ ଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା। ବିଶ୍ୱସ୍ତରୀୟ ହକି ଷ୍ଟାଡିୟମ୍ର ଗେଟ୍ ନଂ-୩, କିଷାନ ଟୋଲା ଓ ଭିଏସ୍ଏସ୍ ମାର୍କେଟ୍ ନିକଟରେ ଛେଣ୍ଡ ମଣ୍ଡଳ ସଭାପତି ଶ୍ରୀ ବଟକୃଷ୍ଣ ନାୟକଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ହୋଇଥିଲା।ଆଗାମୀ ଏକ ମାସ ଧରି ବିଭିନ୍ନ ସେବା ଓ ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମକୁ ଭବ୍ୟ ଭାବେ ପାଳନ କରିବା ପାଇଁ କାର୍ଯ୍ୟକର୍ତ୍ତାମାନଙ୍କୁ ଆହ୍ୱାନ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ପୂର୍ବତନ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଜଗବନ୍ଧୁ ବେହେରା, ମଣ୍ଡଳ ପ୍ରଭାରୀ ଶ୍ରୀ କମଳାକାନ୍ତ ବାରିକ, ହିମାଂଶୁ ଶେଖର ଚୌଧୁରୀ, ଜେଣ୍ଟଲ ପରିଡ଼ା, ବାବୁ ପରିଡ଼ା, ହିମାଂଶୁ ନାୟକ, ପଙ୍କଜ ପ୍ରସାଦ, ରୂପଶ୍ରୀ ଦାଶ, ଅଭିରାମ ଦାସ, ଚନ୍ଦା ଗିରି, ରେଖା କୋଠାରୀ, ଦେବରାଜ ତ୍ରିପାଠୀ, ଭାସ୍କର ତ୍ରିପାଠୀ, ଜ୍ୟୋତ୍ସ୍ନାରାଣୀ ସାମଲ, ଚନ୍ଦ୍ରକାନ୍ତ କାପାଟ, ଅହଲ୍ୟା ପାଣି, ଭବାନୀ କବି, ସଞ୍ଜୀବ ରାୟ ମହାପାତ୍ର ଓ ପ୍ରବଳ ବାରିକ ପ୍ରମୁଖଙ୍କ ସମେତ ଶତାଧିକ କାର୍ଯ୍ୟକର୍ତ୍ତା ଓ କର୍ମୀ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ ଓ ସ୍ମରଣୀୟ କରିଥିଲେ ବୋଲି ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଏକ ପ୍ରେସ ବିବୃତିରେ ଜଣାଇ ଛନ୍ତି।

