ଅମର ଭବନରେ ଅନୁଷ୍ଠିତ ହେଲା ସାଧାରଣ ସଭା।
ରାଉରକେଲାର:20//9,(ଉତ୍କଳ ସମାଚାର) ସାମାଜିକ ସଂଗଠନ ‘ବ୍ରାହ୍ମଣ କଲ୍ୟାଣ ସଭା’ର ବାର୍ଷିକ ସାଧାରଣ ସଭା ଅମର ଭବନ ପରିସରରେ ଆଜି ରବିବାର ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୨:୩୦ ପର୍ଯ୍ୟନ୍ତ ଚାଲିଥିଲା। ସର୍ବପ୍ରଥମେ ଭଗବାନ ଗଣେଶଙ୍କ ନିକଟରେ ମାଲ୍ୟାର୍ପଣ ଓ ଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା।ଏଥିରେ ବ୍ରାହ୍ମଣ କଲ୍ୟାଣ ସଭାର ଅଧ୍ୟକ୍ଷ ବିନୟ ଶର୍ମା, ଉପାଧ୍ୟକ୍ଷ ଟିଙ୍କୁ ଚୌମାଲ, ଦିଲ୍ଲୀପ ଶର୍ମା, କୋଷାଧ୍ୟକ୍ଷ ଜୟପ୍ରକାଶ ଶର୍ମା, ପୂର୍ବତନ ଅଧ୍ୟକ୍ଷ ମନୋହର ଲାଲ ମହର୍ଷି, ଜଗଦୀଶ ହରିତ, ଜୁଗଲ କିଶୋର ଶର୍ମା, ଭଁବରଲାଲ ଚୋଟିଆ, ଶ୍ରବଣ ପାରୀକ, ମୁରାରୀ ଲାଲ ଚୌମାଲ, ବରିଷ୍ଠ ସଦସ୍ୟ ସୁଭାଷ ଯୋଶୀ, ଶିବ ଶଙ୍କର ଶର୍ମା, ସୁରେଶ ଶର୍ମା, ପୁରୁଷୋତ୍ତମ ଚୌମାଲ, ଅଜୟ ଶର୍ମା, ଶିବ ଶଙ୍କର ଶର୍ମାଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ସଦସ୍ୟମାନେ ଉପସ୍ଥିତ ଥିଲେ।ଏହା ପରେ ଅଧ୍ୟକ୍ଷ ବିନୟ ଶର୍ମା ସ୍ୱାଗତ ଭାଷଣ ଦେଇଥିଲେ। କୋଷାଧ୍ୟକ୍ଷ ଜେ.ପି. ଶର୍ମା ଆୟ-ବ୍ୟୟର ହିସାବ ଉପସ୍ଥାପନ କରିଥିଲେ। ଅନ୍ୟପଟେ ପୂର୍ବତନ ଅଧ୍ୟକ୍ଷମାନେ ନିଜ ନିଜର ବକ୍ତବ୍ୟ ରଖିଥିଲେ, ଯେଉଁଥିରେ ସମାଜର ଯୁବବର୍ଗଙ୍କୁ ଯୋଡ଼ିବା ସହ ସମାଜର ଉନ୍ନତି କରିବା, ଆପୋଷ ମତଭେଦ ଭୁଲି ସମାଜକୁ ଏକତା ସୂତ୍ରରେ ବାନ୍ଧିବା, ବ୍ରାହ୍ମଣ ସମାଜ ଦ୍ୱାରା ପ୍ରତିଷ୍ଠିତ ହନୁମାନ ବାଟିକା ଓ ଭଗବାନ ପରଶୁରାମ ମନ୍ଦିରର ରକ୍ଷଣାବେକ୍ଷଣ ସହ ସମାଜର ଜମି ‘ବେଦବ୍ୟାସ’ର ବିକାଶ ସମ୍ପର୍କରେ ଆଲୋଚନା କରାଯାଇଥିଲା।ସେହିପରି ସମାଜ ଦ୍ୱାରା ଦୀପାବଳି ମିଳନ, ହୋଲି ମିଳନ, ଭଗବାନ ପରଶୁରାମ ଜୟନ୍ତୀ, ଶ୍ରାବଣୀ କର୍ମ ପୂଜା ସମେତ ଅନ୍ୟାନ୍ୟ ପର୍ବପର୍ବାଣିକୁ ପୂର୍ଣ୍ଣ ଦାୟିତ୍ୱର ସହ ପାଳନ କରିବା ଏବଂ ସମାଜର ପ୍ରତ୍ୟେକ ବ୍ୟକ୍ତିଙ୍କୁ ଯୋଡ଼ି ସମାଜକୁ ଆଗକୁ ନେବା ପାଇଁ ସମସ୍ତେ ନିଜ ନିଜର ମତ ରଖିଥିଲେ। ମତଭେଦ ଭୁଲି ସମାଜକୁ ଦ୍ରୁତ ଗତିରେ ଆଗକୁ ନେବା, ଯୁବବର୍ଗଙ୍କୁ ଅଧିକରୁ ଅଧିକ ଯୋଡ଼ିବା ଏବଂ କମିଟିର ସମସ୍ତ କର୍ମକର୍ତ୍ତା ଏକତାର ମାର୍ଗରେ ଚାଲିବା ଆଦି ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା।ଏହା ପରେ ବର୍ଷ ୨୦୨୬-୨୭ ପାଇଁ ନୂତନ କାର୍ଯ୍ୟକାରିଣୀ ନିର୍ବାଚନ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା। ନିର୍ବାଚନ ଅଧିକାରୀ ଭାବେ ପୂର୍ବତନ ଅଧ୍ୟକ୍ଷ ଜଗଦୀଶ ହରିତ, ମୁରାରୀ ଲାଲ ଚୌମାଲ ଓ ସନ୍ତୋଷ ପାରୀକଙ୍କ ତତ୍ତ୍ୱାବଧାନରେ ଏହି ନିର୍ବାଚନ ପ୍ରକ୍ରିୟା ସମ୍ପନ୍ନ ହୋଇଥିଲା

