ସମ୍ବଲପୁର,୨୧/୦୯(ଉତ୍କଳ ସମାଚାର),(ସରୋଜ ସାହୁ): ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟର ନାରୀ ସଶକ୍ତିକରଣ କେନ୍ଦ୍ର ଆନୁକୁଲ୍ୟରେ ଛଅ ଦିନ ଧରି ଚାଲିଥିବା ଛାତ୍ରୀ ମାନଙ୍କର ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ ହୋଇଯାଇଛି । ଅନୁଷ୍ଠାନ ର ଅଧ୍ୟକ୍ଷ ସୁଧୀର କୁମାର ସାହୁ ଙ୍କ ସଭାପତିତ୍ୱ ରେ ଆୟୋଜିତ ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ନାକ୍ଟିଦେଉଳ ବ୍ଳକର ସହକାରୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଜ୍ଞା ପାଣିଗ୍ରାହୀ ଯୋଗ ଦେଇ ଛାତ୍ରୀମାନଙ୍କ ପାଇଁ ଆତ୍ମ ସୁରକ୍ଷା ପ୍ରଶିକ୍ଷଣର ଆବଶ୍ୟକତା ଓ ସାମ୍ପ୍ରତିକ ନାରୀ ସୁରକ୍ଷା ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ । ନାରୀ ସଶକ୍ତିକରଣ କେନ୍ଦ୍ରର ସଂଯୋଜିକା ଅଧ୍ୟାପିକା ସଙ୍ଗିତା ସେଠ୍ ଶିବିର ର ବିବରଣୀ ଉପସ୍ଥାପନ କରିଥିବା ବେଳେ ମାଷ୍ଟର ଟ୍ରେନର୍ ତେଜସ୍ମିତା ସାହୁ ଆମସୁରକ୍ଷାର ବିଭିନ୍ନ କୌଶଳ ବିଷୟରେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏନ୍ଏସ୍ଏସ୍ ପ୍ରୋଗ୍ରାମ ଅଫିସର ଡ଼ଃ ଆର୍ ପୁଷ୍ପାଞ୍ଜଳି, ଅଧ୍ୟାପିକା ଜୟନ୍ତୀ ସାହୁ ଓ ଗରିବାବାଳା ନାୟକ ଛାତ୍ରୀମାନଙ୍କର ସଙ୍କଟ ବିଷୟରେ ବିଶ୍ଳେଷଣ କରିଥିଲେ । ଅଧ୍ୟାପିକା ଲିଟିନା ପ୍ରିୟଦର୍ଶିନୀ ଧନ୍ୟବାଦ ଅର୍ପଣ କରିଥିଲେ ।

