ରାଉରକେଲା ୨୧/୯,(ଉତ୍କଳ ସମାଚାର) ରବିବାର ବିଳମ୍ବିତ ରାତିରେ ରାଉରକେଲାର ପାନପୋଷ ବଜାରରେ ଅଗ୍ନିକାଣ୍ଡ ଘଟି ୪ଟି ପରିବା ଦୋକାନ ଜଳିଯାଇଛି। ଅଗ୍ନି ଅନ୍ୟ ଦୋକାନଗୁଡ଼ିକୁ ବ୍ୟାପିବା ପୂର୍ବରୁ ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିଶମ କର୍ମଚାରୀଙ୍କ ତୁରନ୍ତ ହସ୍ତକ୍ଷେପ ଯୋଗୁଁ ନିଆଁ ନିୟନ୍ତ୍ରଣରେ ରହିଯାଇଥିଲା। ସୂଚନା ଅନୁସାରେ ପାନପୋଷ ବଜାରକୁ ରବିବାର ଥିବାରୁ ବହୁ ପନିପରିବା ବିକ୍ରେତା ବଜାରକୁ ପରିବା ବିକ୍ରୟ କରିବା ପାଇଁ ଆସିଥିଲେ। ପୂର୍ବରୁ ଆଳୁ ପିଆଜ ଦୋକାନ ମଧ୍ୟ ସେଠାରେ କରିଥିଲେ। ରବିବାର ବିଳମ୍ବିତ ରାତିରେ ହଠାତ୍ ଅଗ୍ନିକାଣ୍ଡ ଘଟି ଚାରୋଟି ଦୋକାନକୁ ବ୍ଯାପି ଯାଇଥିଲା। ଏଥିରେ ଦୋକାନ ଭିତରେ ଥିବା ଗଚ୍ଛିତ ସାମଗ୍ରୀ ସହିତ ଅନ୍ୟାନ୍ୟ ସାମଗ୍ରୀ ପୋଡି ନଷ୍ଟ ହୋଇଗଲା। ଏହି ଅଗ୍ନିକାଣ୍ଡରେ ପ୍ରଭାବିତ ଦୋକାନଗୁଡ଼ିକ ହେଉଛି ଶଙ୍କର ସାହୁ, ବିପିନ ସାହୁ, ଉପେନ୍ଦ୍ର ସାହୁ ଏବଂ ଏମ୍. ଭୂମିଜଙ୍କର ବୋଲି ଜଣାପଡ଼ିଛି।ହି ଘଟଣାରେ ଦୋକାନରେ ରଖାଯାଇଥିବା ସମସ୍ତ ଷ୍ଟକ୍ ଏବଂ ଅନ୍ୟାନ୍ୟ ଜିନିଷପତ୍ର ପାଉଁଶ ହୋଇଯାଇଛି। ଯାହା ଫଳରେ ଏଥିରେ ପ୍ରଭାବିତ ଦୋକାନୀମାନେ ବହୁତ କ୍ଷତିର ସମ୍ମୁଖୀନ ହୋଇଛନ୍ତି। ଦୋକାନ ମାଲିକମାନେ ଏବେ ଅଗ୍ନିକାଣ୍ଡର ପରବର୍ତ୍ତୀ ପରିସ୍ଥିତିର ମୁକାବିଲା କରିବାକୁ ସଂଘର୍ଷ କରୁଛନ୍ତି।ଗ୍ନିକାଣ୍ଡର ସଠିକ୍ କାରଣ ଏବଂ ଆର୍ଥିକ କ୍ଷତିର ପରିମାଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

