ସମ୍ବଲପୁର,୨୬/୦୯(ଉତ୍କଳ ସମାଚାର),(ସରୋଜ ସାହୁ): ଜମନକିରା ବ୍ଲକ ଅନ୍ତର୍ଗତ ଫାସିମାଲ ଆଞ୍ଚଳିକ ଜୁନିଅର କଲେଜରେ ମେରା ୟୁବା ଭାରତ, ସମ୍ବଲପୁର ପକ୍ଷରୁ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜନ୍ମଜୟନ୍ତୀ ପାଳନ କରାଯାଇଛି। ଏହି ଅବସରରେ ତାଙ୍କ ଜୀବନ, ଆଦର୍ଶ ଓ ଚିନ୍ତାଧାରା ଉପରେ ଆଲୋଚନା ହୋଇଥିଲା।କାର୍ଯ୍ୟକ୍ରମରେ କଲେଜ ଅଧ୍ୟକ୍ଷା ଶ୍ରୀମତୀ ଜ୍ୟୋତ୍ସ୍ନାରାଣୀ ଦଳବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଚନ୍ଦନିମାଲ ସ୍କୁଲର ପୂର୍ବତନ ପ୍ରଧାନଶିକ୍ଷକ ଭୁବନେଶ୍ୱର ବେହେରା ମୁଖ୍ୟବକ୍ତା ଭାବେ ଯୋଗଦେଇ ପଣ୍ଡିତ ଉପାଧ୍ୟାୟଙ୍କ ଜୀବନ ଓ ଚିନ୍ତାଧାରା ସମ୍ପର୍କରେ ଆଲୋକପାତ କରିଥିଲେ। କଲେଜର ଅଧ୍ୟାପକ ରଞ୍ଜନ କୁମାର ଭଇଁସା ସଭା ପରିଚାଳନା କରିଥିଲେ। ଶେଷରେ ଅଧ୍ୟାପକ ରୁଦ୍ର ନାରାୟଣ ମିଶ୍ର ଉପସ୍ଥିତ ଅତିଥି, ଅଧ୍ୟାପକ ଓ ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ମେରା ୟୁବା ଭାରତର ଜାତୀୟ ଯୁବ ସ୍ୱେଚ୍ଛାସେବୀ ଯୋଗିନ୍ଦ୍ର ରୋହିଦାସ ଓ ସ୍ୱସ୍ତିକ ଶର୍ମା କାର୍ଯ୍ୟକ୍ରମ ଆୟୋଜନ କରିଥିଲେ

