ସମ୍ବଲପୁର,୨୬/୦୯(ଉତ୍କଳ ସମାଚାର),(ସରୋଜ ସାହୁ):ଧନୁପାଲି ଶିଶୁ ବିଦ୍ୟାମନ୍ଦିର ଠାରେ ବନ୍ଦେ ମାତରଂ ସାମୁହିକ ଗାନମ୍ ନମାମି ଭାରତମ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ଉତ୍ସବରେ ପରିଚାଳନା ସମିତିର ସଭାପତି ଡ଼. ଦେବେନ୍ଦ୍ର ପଣ୍ଡା, ଜମନକିରା ମହାବିଦ୍ୟାଳୟର ଅଧ୍ୟାପକ ପ୍ରଫେସର ଡ଼.ବସନ୍ତ କୁମାର ଦାସ, ଉପସଭାପତି ଡାକ୍ତର ଝାଙ୍କର, ପରିଚାଳନା ସମିତି ସଦସ୍ୟା ରଞ୍ଜୁ ମିଶ୍ର, ଅନସୂୟା କର, ପୁଷ୍ପାଞ୍ଜଳି ମହାପାତ୍ର, ସଂକୁଳ ପ୍ରମୁଖ ପ୍ରମୋଦ ପାଢ଼ୀ, ଶିଶୁ ବାଟିକା ସଂଯୋଜକ ଲୋକନାଥ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ l ଡ଼. ଦାସ ଦୀପ ପ୍ରଜ୍ବଳନ କରି ନମାମି ଭାରତମ ଉଦେଶ୍ୟ ବିଷୟରେ ମତବ୍ୟକ୍ତ କରିଥିଲେ l ବିଦ୍ୟାଳୟର ପୂର୍ବ ଛାତ୍ର, ମାତୃଭାରତୀ, ଅଭିଭାବକ ଓ ଅଭିଭାବିକା ଗଣ ଉପସ୍ଥିତ ରହି ଗାନ କରିଥିଲେ l ଉତ୍ସବସ୍ଥଳୀ ଲୋକାରଣ୍ୟ ହୋଇଥିଲା

