ସମ୍ବଲପୁର,୨୯/୦୯(ଉତ୍କଳ ସମାଚାର),(ସରୋଜ ସାହୁ):ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ସମ୍ବଲପୁର କାରଖାନା ଓ ବାଷ୍ପ ବିଭାଗର ସହକାରୀ ନିର୍ଦ୍ଦେଶକ ଉମାକାନ୍ତ ସାମନ୍ତରାୟଙ୍କ ସହ ସମ୍ପୃକ୍ତ ୭ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଛି। ସମ୍ବଲପୁର ସହରର ବିଭିନ୍ନ ଘର ଓ ତାଙ୍କ କାର୍ଯ୍ୟାଳୟରେ ଏକକାଳୀନ ତଲାସି ଚାଲିଥିବା ଜଣାପଡ଼ିଛି।ଚଢ଼ାଉରେ ଭିଜିଲାନ୍ସର ଅଧିକାରୀ ଓ କର୍ମଚାରୀ ସାମିଲ ଅଛନ୍ତି। ତଲାସି ସମୟରେ ଜବତ ସମ୍ପତ୍ତିର ମୂଲ୍ୟ ଓ ଅଭିଯୋଗ ସମ୍ପର୍କରେ ଭିଜିଲାନ୍ସ ପକ୍ଷରୁ ଚୂଡ଼ାନ୍ତ ତଥ୍ୟ ପ୍ରକାଶ କରାଯାଇନାହିଁ।

