ସମ୍ବଲପୁର,୩୦/୦୯(ଉତ୍କଳ ସମାଚାର),(ସରୋଜ ସାହୁ):ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ଆନୁକୂଲ୍ୟରେ ବୁଧବାର ଛାତ୍ରଛାତ୍ରୀଙ୍କ ପାଇଁ ବୃତ୍ତିଗତ ପରାମର୍ଶ ଓ ବ୍ୟକ୍ତିତ୍ୱ ବିକାଶ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଧୀର କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କର୍ମଶାଳାରେ ମୁଖ୍ୟ ଅତିଥି ତଥା ପରାମର୍ଶଦାତା ଭାବେ ରେଢ଼ାଖୋଲ ଉପଖଣ୍ଡର ଡେପୁଟି କଲେକ୍ଟର ଆଦାଶ୍ୟା ତ୍ରିପାଠୀ ଯୋଗଦେଇ ବିଭିନ୍ନ ବୃତ୍ତିଗତ ସୁଯୋଗ, ଶିକ୍ଷା ଓ ତାଲିମ ବ୍ୟବସ୍ଥା ବିଷୟରେ ଆଲୋକପାତ କରିଥିଲେ। ଅଧ୍ୟାପକ ବିନୋଦ ବିହାରୀ ପ୍ରଧାନ ଓ ଶେଷଦେବ ବିଶ୍ୱାଳ ଭବିଷ୍ୟତ ଗଠନରେ ଛାତ୍ରଛାତ୍ରୀଙ୍କ ଭୂମିକା, ଶିକ୍ଷାର ବିଭିନ୍ନ ମାଧ୍ୟମ ଏବଂ ବ୍ୟକ୍ତିତ୍ୱ ବିକାଶ ଉପରେ ଆଲୋଚନା କରିଥିଲେ। ଅଧ୍ୟାପିକା ଜୟନ୍ତୀ ପ୍ରଧାନ, ଲିଟିନା ପ୍ରିୟଦର୍ଶିନୀ ଓ ଶ୍ୱେତାଶ୍ରୀ ପ୍ରଧାନଙ୍କ ପରିଚାଳନାରେ କୁଇଜ୍ କାର୍ଯ୍ୟକ୍ରମ ହୋଇଥିଲା। ବୃତ୍ତିଗତ ସୁଯୋଗ ସମ୍ପର୍କିତ ଏକ ବୃତ୍ତଚିତ୍ର ମଧ୍ୟ ପ୍ରଦର୍ଶିତ ହୋଇଥିଲା। ଶେଷରେ ଅଧ୍ୟାପିକା ଗିରିଶବାଳା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ

