ସମ୍ବଲପୁର,୦୧/୧୦(ଉତ୍କଳ ସମାଚାର),(ସରୋଜ ସାହୁ):ଜମନକିରା ବ୍ଲକ ଅନ୍ତର୍ଗତ ଫାଶୀମାଲ ପଞ୍ଚାୟତ ଅଞ୍ଚଳରେ ବୁଲା କୁକୁରଙ୍କ ପ୍ରାଦୁର୍ଭାବ ବଢ଼ିଛି। ଗତ ଏକ ସପ୍ତାହ ମଧ୍ୟରେ ଏହି ଅଞ୍ଚଳର ୧୭ ଜଣ କୁକୁର କାମୁଡ଼ାର ଶିକାର ହୋଇଥିବା ଜଣାପଡ଼ିଛି।ବୁଧବାର ଫାଶୀମାଲ ଗ୍ରାମର ସୁମତି ବାରଭାୟା (୬୦) ଓ ଗରିଆବାହାଲ ଗ୍ରାମର ଶୁଭମ ନିଖଣ୍ଡିଆ (୧୧)ଙ୍କୁ ବୁଲା କୁକୁର କାମୁଡ଼ିଛି। ଉଭୟଙ୍କୁ ଫାଶୀମାଲ ଡାକ୍ତରଖାନାରେ ଚିକିତ୍ସା କରାଯାଇଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି।କୁକୁର କାମୁଡ଼ା ଘଟଣା ବଢ଼ୁଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି। ବୁଲା କୁକୁରଙ୍କ ନିୟନ୍ତ୍ରଣ ପାଇଁ ପ୍ରଶାସନ ତୁରନ୍ତ ପଦକ୍ଷେପ ନେଉ ବୋଲି ସେମାନେ ଦାବି କରିଛନ୍ତି

