ରାଉରକେଲା:୦୨/୧୦/୨୬:(ଉତ୍କଳ ସମାଚାର) ରିଖରେ ପ୍ରତିବର୍ଷ ପରି,ଜାତିର ଜନକ ମୋହାତ୍ମା ଗାନ୍ଧୀ ଓ ଶାନ୍ତିଦୁତ୍ତ ଲାଳବାହାଦୁରଶାସ୍ତ୍ରୀ ଜୟନ୍ତୀ ଅବସରରେ,ଆମ ଦଳର ରାଜ୍ୟସଭାପତି ଏବଂ ମାନ୍ୟବରପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନବୀନବାବୁଙ୍କ ନିର୍ଦେଶ ଅନୁଯାଇ, ରାଉରକେଲା ଲୋକପ୍ରିୟ ମାନ୍ୟବର ବିଧାୟକ ସାରଦା ପ୍ରସାଦ ନାୟକ ପ୍ରତ୍ୟକ୍ଷତତ୍ବାବଧାନରେ,ନଗର ସଭାପତି ଗଗନ ପଣ୍ଡାଙ୍କ ସଭାପତିତ୍ଵରେ ଜନସମ୍ପର୍କ ପଦଯାତ୍ରା ଅଭିଯାନ କାର୍ଜ୍ୟକ୍ରମଆରମ୍ଭ ହୋଇଥିଲା । ପାନପୋଷ ସ୍ଥିତ ମୋହାପ୍ରଭୁ ଶ୍ରୀ ଜଗନ୍ନାଥ ମନ୍ଦିରରେ ପୂଜା ଅର୍ଚନା କରାଯାଇବିଧାୟକ ସାରଦା ପ୍ରସାଦ ନାୟକ କ।ର୍ଜ୍ୟକ୍ରମର ଶୁଭରମ୍ବ କରି ଥିଲେ । ନିଜ ବକ୍ତବ୍ୟରେ ଆଜିରକାର୍ଜ୍ୟକ୍ରମରେ ଉପସ୍ଥିତ ଥିବା ସବୁ କର୍ମୀ ମାନଙ୍କୁ ଶୁଭେଛା ଓ ଅଭିନନ୍ଦନ ଜଣାଇ କହିଥିଲେ,ଆପଣମାନେଓ ରାଉରକେଲା ବାସୀଙ୍କ ଆଶୀର୍ବାଦରୁ ଚାରିଥର ବିଧାୟକ ହୋଇ ରାଉରକେଲା ବାସୀଙ୍କ ସେବାକରିବାର ସୁଯୋଗ ପାଇଛି । ଆମସମସ୍ତଙ୍କର ପ୍ରିୟ ନେତା ନବୀନ ବାବୁଙ୍କ ଆଶୀର୍ବାଦରୁ ରାଜ୍ୟ ମନ୍ତ୍ରୀହେବାର ସୁଯୋଗ ପାଇଥିଲି । ନବୀନ ବାବୁଙ୍କ ନିର୍ଦେଶ ଅନୁଯାଇ ରାଉରକେଲାର ସାମଗ୍ରିକ ବିକାଶକୁଅଗ୍ରାଧିକାର ଦେଇ ଅତି ନିଷ୍ଠାର ସହିତ କ।ର୍ଜ୍ୟମାନ କରିଆସିଛି,ଏବଂ ଆହୁରି ଅଧିକ କାର୍ଯ୍ୟ କରିବାର ଅଛି। ଅସ୍ମିତା ନାମରେ ରାଜ୍ୟ ସରକାର ପରିବର୍ତନ ହେବାଦ୍ବାରା ବିକାଶର ଧାରା ବାଧାପ୍ରାପ୍ତ ହୋଇଛି । ଆଜିବିଜୁ ସ୍ୱାସ୍ଥ୍ୟ କାର୍ଡକୁ ଲୋକମାନେ ଝୁରୁଛନ୍ତି । ଜିଲ୍ଲା ସଭାପତି ପ୍ରାଦ୍ୟୁମ୍ନ ତ୍ରୀପାଠୀ,ବରିଷ୍ଠ ନେତା ଅଭୟକୁମାର ଦାସ,ଅକ୍ଷୟ ଦାସ,ଜୟନ୍ତ କୁମାର ମିଶ୍ର,ବିରେନ ସେନାପତି, ସୁଦାମ ଚନ୍ଦ୍ର ଦାଶ, ବିଲାଲଆହମଦ,ବିଜୟ କୁମାର ବରାଳ,ସନ୍ତୋଷ ନାୟକ,ପ୍ରମୁଖ ଡବଲ ଞ୍ଜିନ ସରକାରଙ୍କ କାର୍ଜ୍ୟଶୈଳୀକୁସମାଲୋଚନା କରିଥିଲେ । ନାରିନେତ୍ରୀ ସନ୍ଧ୍ଯା ଲକ୍ରା ଓ ଯୋଷ୍ଣା ନାୟକ,ଯୁବନେତା ପିଙ୍କୁ ଜୟସ୍ଵଳ,ସଞ୍ଜିତଛୋଟରାୟ,ଦୁସ୍ମନ୍ତ ଉତରାୟ,ବୁବୁଲି ରାଉତ,ସୁଶାନ୍ତ ଦାସ,ବାବୁ ଖାନ, ବିଭୁତି ପୁହାଣ, ସୁଧାଂଶୁସାମଲ,କାବୁଲି ପ୍ରତିହାରୀଙ୍କ ନେତୃତ୍ବରେ ଏଠାରୁ ଏକ ବିରାଟ ଜନସଂପର୍କ ପଦଯାତ୍ରା ଅଭିଯାନ ଆରମ୍ଭହୋଇ ବଙ୍ଗଳା ଟୋଲା ଦେଇ ପାନପୋଷ ଛକ ରେ ଥିବା ଜାତିର ଜନକ ମୋହାତ୍ମା ଗାନ୍ଧୀ ପ୍ରତିମୁର୍ତୀନିକଟକୁ ଯାଇଥିଲେ । ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ନାୟକ ଏବଂ କର୍ମୀଗଣ,ଦେଶରପିତା ମୋହାତ୍ମାଗାନ୍ଧୀ ଓ ପୂର୍ବତନ ସୁନାମଧନ୍ୟ ପ୍ରଧାନମନ୍ତ୍ରୀ ଲାଲବାହାଦୁରଶାସ୍ତ୍ରୀଙ୍କ ଜନ୍ମତିଥିରେ ମାଲ୍ୟାର୍ପଣ କରି ପୂଜାଅର୍ଚନା କରିଥିଲେ । ଉପସ୍ଥିତ ଥିବା ଦଳୀୟ କର୍ମୀମାନଙ୍କୁ, ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀ ରାଜ କିଶୋରମିଶ୍ରଙ୍କ ଶପଥ ପାଠ କରାଇଥିଲେ । କ।ର୍ଜ୍ୟକ୍ରମରେ ବରିଷ୍ଠ ଆଇନିଜୀବୀ ନେତା ସତ୍ୟନାରାୟନମୋହାପାତ୍ର, ଆଲୋକ ବୋଷ,ଆରତି ଚୌଧୁରୀ, ରମେଶ ମହାନ୍ତି, ନାରଣ ପ୍ରଧାନ, ଅଞ୍ଜନ ବାରିକ,ସୁନୀଲ
ତିରକୀ,ପ୍ରକାଶ ରାୟ,ତନ୍ମୟ ଜେନା, ନିରଞ୍ଜନ ମହାନ୍ତ, ସୁବାଶ ସ୍ଵାଇଁ,ହରମୋହନ ମୋହାପାତ୍ର,ବ୍ରିଜେଶମ।ହତୋ,ବୁଲୁ ମହାନ୍ତି, ସୁନନ୍ଦା ସେନାପତି, ସତ୍ୟନାରାୟନ ମିଶ୍ର,ଡା ଅନିଲ ଜେନା, ଶରତ ଚନ୍ଦ୍ରବିଶ୍ଵାଳ,ମୀନ କେତନ ନାୟକ,କୁନୁ ଯାଦବ,ରାଜେନ୍ଦ୍ର ଯାଦବ,ବିନୟ ମହାନ୍ତି,ସରୋଜ ଜେନା, ନିମାଇ ଚରଣ ଉତ, ଅକ୍ଷୟ ନାୟକ,ରଞ୍ଜନ ନାୟକ,ଶ୍ରୀବଛ କୁଂଅର,ଜୟଶ୍ରୀ ପାନିଗ୍ରାହୀ, ସରୋଜ ଦାସ,ନିରଞ୍ଜନ
ଚୌଧୁରୀ,ଭରତ ଦାସ,ପପୁ ମହାନ୍ତି, ପ୍ରମୁଖ ଯୋଗଦେଇଥିଲେ ।

