ପାପଡାହାଣ୍ଡି ତା 2/10/26,(ଉତ୍କଳ ସମାଚାର)ରିଖରେ ପାପଡାହାଣ୍ଡି ବ୍ଲକ ଅଧିନସ୍ତ ପଣ୍ଡିକୋଟ ପଂଚାୟତ ଠାରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି l ଏହି ଗ୍ରାମସଭାରେ ସଭାପତି ସରପଞ୍ଚ ଶ୍ରୀ ବାବୁଲା ଭତ୍ରା, ସମିତି ସଭ୍ୟ ପ୍ରତିନିଧି ରାଜ କିଶୋର ବିଶ୍ୱାଳ, ନାଏବ ସରପଞ୍ଚ ଶ୍ରୀମତୀସୁବର୍ଣା ନାୟକ, ବି ପି ଏମ ଶ୍ରୀ ସୁଧାଂଶୁ ବିଶ୍ୱାଳ, ଗ୍ରାମ ପଂଚାୟତ ପି ଇ ଓ ଇମାନୁଏଲ ନମ୍ରଶୀଳ, ଜେ ଏସ ପ୍ରଫୁଲ୍ଲ ହରିଜନ, ବ୍ଲକ ଶ୍ରମ ଅଧିକାରୀ ଭୂୟାଁ ସାର, ପି ଏଲ ଭି ସଭ୍ୟ ରାଜ କିଶୋର ରାଓ, ଏମ ବି କେ ମାର୍ଥା ମଞ୍ଜୁରୀ ଖୁରା,ଶିକ୍ଷା ଓ ସ୍ୱାସ୍ଥ୍ୟ ତାସହ ଗ୍ରାମ ପଂଚାୟତ ର ନିର୍ବାଚିତ ସମସ୍ତ ସଭ୍ୟ ଓ ସଭ୍ୟା, ସମସ୍ତ ଭଦ୍ର ବକ୍ତି ଉପସ୍ଥିତ ଥିଲେ l ଏହି ସଭା ରେ ସରକାର ଙ୍କ ଠାରୁ ମିଳୁ ଥିବା ସୁବିଧା ବିଷୟରେ କହିଥିଲେ l ବି ପି ଏମ ସାର ସରକାର ଠାରୁ ମିଳୁଥିବା ବିଭିନ୍ନ ସ୍କିମ ବିଷୟରେ ବୁଝାଇ ଥିଲେଶେଷରେ ଗଣପତି ପାଇକ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରାଗଲା

