ସମ୍ବଲପୁର,୦୩/୧୦(ଉତ୍କଳ ସମାଚାର),(ସରୋଜ ସାହୁ):ଶିକ୍ଷା, ସ୍ୱାସ୍ଥ୍ୟ ଓ ସମାଜସେବାକୁ ଏକାଠି କରି ମହୁଲପାଲି, ଫୁଲଝରଣସ୍ଥିତ ଆଇଜାକ ଶାନ୍ତ୍ରା ବାଲ ନିକେତନ ପରିସରରେ ସ୍ୱାସ୍ଥ୍ୟ ଶିବିର, ପୁସ୍ତକ ବଣ୍ଟନ ଓ ମେଧାବୀ ଛାତ୍ରୀଙ୍କୁ ଶିକ୍ଷାବୃତ୍ତି ପ୍ରଦାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଜୁହାର ଫାଉଣ୍ଡେସନ, ମୁମ୍ବାଇ ପକ୍ଷରୁ ପାର୍ବତୀ ଗିରି ସ୍ମୃତି କମିଟି ଏହି କାର୍ଯ୍ୟକ୍ରମର ଆୟୋଜନ କରିଥିଲା। ନାରା ବୁକ୍ ସର୍ଭିସ ପକ୍ଷରୁ ରାଜଶ୍ରୀ ପ୍ରଧାନ, ଜ୍ୟୋତିମୟୀ ମହାରଣା, ଲିପ୍ସା ପାତ୍ର, ରୀନା ହାତୀ ଓ ରିଙ୍କି ସୁସିସ୍ମିତା ବେହେରାଙ୍କୁ ପୁସ୍ତକ ପ୍ରଦାନ କରାଯାଇଥିଲା। ସେହିପରି ସ୍ୱର୍ଗତା ମନୋରମା ଦାଶଙ୍କ ସ୍ମୃତିରେ ତାଙ୍କ ପୁଅ ଦୀପକ ଦାଶ ମେଧାବୀ ଛାତ୍ରୀ ମଧୁସ୍ମିତା ସାହୁ, ବାବଲୀ ମିର୍ଦ୍ଧା ଓ ମିନା ବିଞ୍ଜାଳଙ୍କୁ ଶିକ୍ଷା ପାଇଁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଅନୁଷ୍ଠାନର ସଂଯୋଜକ ପ୍ରଫୁଲ୍ଲ କୁମାର ପଣ୍ଡା ସଭାକୁ ସଂଯୋଜନା କରିଥିଲେ। ସୁବାସ ପାଣିଗ୍ରାହୀ, ରାମକୃଷ୍ଣ ପଣ୍ଡା, ଡଃ. ସନ୍ତୋଷ ଦାଶ, ହୃଷିକେଶ ପୂଜାରୀ, ସୁଶାନ୍ତ ଗୁରୁ, ଡଃ. ନିଳେନ୍ଦ୍ରି ପଣ୍ଡା, ଡଃ. କାମଦେବ ସାହୁ, ବିଦ୍ୟାନ ପଣ୍ଡା, ବିପିନ ପଣ୍ଡା, ବନ୍ଦନା ପଣ୍ଡା, ଡଃ. ନିରୁପମା ବଡ଼ପଣ୍ଡା, ଅଶୋକ ପ୍ରଧାନ, ଶାନ୍ତାନୁ ପ୍ରଧାନ, ଅନୁରାଧା ପୁରୋହିତ, ରବିନାରାୟଣ ପ୍ରଧାନ ଓ ଗୋବିନ୍ଦ ଅଗ୍ରୱାଲ ପ୍ରମୁଖ ଯୋଗଦେଇଥିଲେ।ବକ୍ତାମାନେ ଶିକ୍ଷା କ୍ଷେତ୍ରରେ ସମାଜର ସହଯୋଗର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଆର୍ଥିକ ଅଭାବ ଯୋଗୁଁ ଯେପରି କୌଣସି ଛାତ୍ରଛାତ୍ରୀ ପାଠପଢ଼ା ଅଧାରୁ ଛାଡ଼ିବାକୁ ବାଧ୍ୟ ନହୁଅନ୍ତି, ସେଥିପାଇଁ ସମସ୍ତେ ଆଗେଇ ଆସିବାକୁ ସେମାନେ ଆହ୍ୱାନ ଦେଇଥିଲେ। ଶେଷରେ କୁଳଧର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।କାର୍ଯ୍ୟକ୍ରମରେ ଆୟୋଜିତ ମାଗଣା ସ୍ୱାସ୍ଥ୍ୟ ଶିବିରରେ ଡଃ. ରାଜାରାମ ଷଡ଼ଙ୍ଗୀ, ଡଃ. ପ୍ରଭାକର ପ୍ରଧାନ, ଡଃ. ଶୋଭାଗିନୀ ନାୟକ, ଡଃ. ସନ୍ୟାସିନୀ ପାଢ଼ୀ ଓ ଡଃ. ଯଶୋବନ୍ତ ସାହୁ ଚିକିତ୍ସା ସେବା ଯୋଗାଇଥିଲେ। ଶିବିରରେ ୧୦୦ରୁ ଊର୍ଦ୍ଧ୍ୱ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ମାଗଣାରେ ଔଷଧ ବଣ୍ଟନ ହୋଇଥିଲା। ଯୁଯୁମୁରା ସିଏଚ୍ସି ପକ୍ଷରୁ ଶିବିରକୁ ଆବଶ୍ୟକ ସହଯୋଗ ଯୋଗାଇ ଦିଆଯାଇଥିଲା।ଶିକ୍ଷା ପାଇଁ ପୁସ୍ତକ ଓ ଆର୍ଥିକ ସହାୟତା ସହିତ ଆବଶ୍ୟକତା ଥିବା ଲୋକଙ୍କ ପାଖରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବାର ଏହି ପ୍ରୟାସକୁ ଅତିଥି ଓ ଅଭିଭାବକମାନେ ପ୍ରଶଂସା କରିଥିଲେ।

