ପାପଡ଼ାହାଣ୍ଡି:3//10,(ଉତ୍କଳ ସମାଚାର): ଗାନ୍ଧୀ ଜୟନ୍ତୀ ଅବସରରେ ପାପଡ଼ାହାଣ୍ଡି ବ୍ଲକ ମାଝୀଗୁଡ଼ା ଗ୍ରାମପଞ୍ଚାୟତରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଛି। ପଞ୍ଚାୟତର ପିଇଓ ମାଝୀ ବାବୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭା ପୂର୍ବରୁ ମହାତ୍ମା ଗାନ୍ଧୀଙ୍କ ମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା।ସଭାରେ ପିଇଓ ମାଝୀ ବାବୁ ଗ୍ରାମପଞ୍ଚାୟତ ପକ୍ଷରୁ ଉପଲବ୍ଧ ବିଭିନ୍ନ ସୁବିଧା ଓ ଜନକଲ୍ୟାଣମୂଳକ ବ୍ୟବସ୍ଥା ସମ୍ପର୍କରେ ଅବଗତ କରାଇବା ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।ବୈଠକର ମୁଖ୍ୟାଂଶ ଭାବେ ବାଲ୍ୟ ବିବାହ ରୋକିବା ଓ ଶିଶୁ ଶ୍ରମିକ ପ୍ରଥା ନିରାକରଣ ଉପରେ ଆଲୋଚନା କରାଯାଇଥିଲା। ଶିକ୍ଷକ ବାବୁଲାଲ ସାଗର ଶିକ୍ଷକମାନଙ୍କ ପ୍ରୟାସ ସହିତ ଆଶାକର୍ମୀ, ଅଙ୍ଗନୱାଡ଼ି କର୍ମୀ, ବୁଦ୍ଧିଜୀବୀ ଓ ଶିକ୍ଷାବିତମାନଙ୍କ ସମନ୍ୱିତ ସହଯୋଗ ମାଧ୍ୟମରେ ବା ବିବାହ ଓ ଶିଶୁ ଶ୍ରମ ଭଳି ସାମାଜିକ ସମସ୍ୟାକୁ ରୋକାଯାଇପାରିବ ବୋଲି ଉଦାହରଣ ମାଧ୍ୟମରେ ବୁଝାଇଥିଲେ।ଏହାସହ ପିରାମଲ ଫାଉଣ୍ଡେସନ୍ ଓ ମେକାଲ ଟିମ୍ ପକ୍ଷରୁ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ଲୋକଙ୍କୁ ବାର୍ତ୍ତା ଦିଆଯାଇଥିଲା।ସଭାରେ ସରପଞ୍ଚ ବୈଜୟନ୍ତୀ ମାଝୀ, ୱାର୍ଡ ସଭ୍ୟ/ସଭ୍ୟା, ଶିକ୍ଷକମାନେ, ଆଶା ଦିଦି ଓ ଅଙ୍ଗନୱାଡ଼ି କର୍ମୀଙ୍କ ସମେତ ବିଭିନ୍ନ ବର୍ଗର ଲୋକେ ଉପସ୍ଥିତ ଥିଲେ। ସଭାରେ ଶିଶୁଙ୍କ ସୁରକ୍ଷା, ଶିକ୍ଷା ଓ ସ୍ୱାସ୍ଥ୍ୟ ପାଇଁ ସମସ୍ତଙ୍କ ସହଯୋଗର ଆବଶ୍ୟକତା ଉପରେ ଗୁରୁତ୍ୱ ଦିଆଯାଇଥିଲା।

