ରାଉରକେଲା ୦୩/୧୦,(ଉତ୍କଳ ସମାଚାର) ଛେଣ୍ଡ ପୋଲିସ୍ ଏକ ଡକାୟତି ମାମଲାରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଲୁଟ୍ ଯାଇଥିବା ସାମଗ୍ରୀକୁ ଉଦ୍ଧାର କରାଯାଇଛି ବୋଲି ଆଜି ଛେଣ୍ଡ ଥାନାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସଡିପିଓ ସୁଶାନ୍ତ ଦାସ, ଛେଣ୍ଡ ଥାନା ଆଇଆଇସି ବିକ୍ରମ କୁମାର ଭାୟା, ଏସ୍ଆଇ ପ୍ରିୟଙ୍କା ସାହୁ ଏବଂ ଏସ୍ଆଇ ଓମ୍ ପ୍ରକାଶ। ସୂଚନା ଅନୁସାରେ ୨୦୨୬ ଅକ୍ଟୋବର ୨ ତାରିଖ ଭୋର ୫ଟା ସମୟରେ ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ଟିସିଆଇ ଛକ ସ୍ଥିତ ଫାର୍ସା ଟୋଲିର ବିନୋଦ ଦାସଙ୍କ ପୁଅ ଆନନ୍ଦ ଦାସ (୨୧) ଛେଣ୍ଡ ଥାନାରେ ଅଭିଯୋଗ କରିଥିଲେ ଯେ, ୨୦୨୬ ଅକ୍ଟୋବର ୧ ତାରିଖ ରାତି ପ୍ରାୟ ୮ଟା ୩୦ ସମୟରେ ସେ ତାଙ୍କ ବନ୍ଧୁ ସୁଶାନ୍ତ ଧୂଲିଆ (୨୧)ଙ୍କ ସହିତ ବିମାନବନ୍ଦର ପଡ଼ିଆକୁ ଯାଇଥିଲେ। ଏହି ସମୟରେ ୪ ଜଣ ବ୍ୟକ୍ତି ଲୁହା ରଡ୍ ଏବଂ ବାଡ଼ି ଧରି ସେମାନଙ୍କ ପାଖକୁ ଆସି ସେମାନଙ୍କୁ ଆକ୍ରମଣ କରିବା ସହିତ ଧମକ ଦେଇ ଗୋଟିଏ ଆଇ ଫୋନ୍-୧୪ ମୋବାଇଲ୍ ଫୋନ୍ ଏବଂ ନଗଦ ୧୦୦୦/- (ଏକ ହଜାର) ଟଙ୍କା ଛଡ଼ାଇ ନେଇଥିଲେ। ପୋଲିସ୍ ପକ୍ଷରୁ ସୂଚନା ଆଧାରରେ ତୁରନ୍ତ ଏକ ମାମଲା ପଞ୍ଜିକୃତ କରାଯିବା ସହ ଏକ ସ୍ୱତନ୍ତ୍ର ତଦନ୍ତ ଦଳ ଗଠନ କରାଯାଇଥିଲା। ବିଶ୍ୱସ୍ତ ଗୁପ୍ତ ସୂଚନା ଆଧାରରେ ପୋଲିସ୍ ତୁରନ୍ତ ତଦନ୍ତ କରି ଏହି ଡକାୟତି ମାମଲାରେ ସମ୍ପୃକ୍ତ ଚାରି ଅଭିଯୁକ୍ତଙ୍କୁ ଗିରଫ କରିଥିଲେ। ସେମାନେ ହେଲେ ରାଉରକେଲା ସେକ୍ଟର-୧୫ ଥାନା ଅଧିନସ୍ଥ ସେକ୍ଟର-୧୪ ଶାନ୍ତି ନଗର ବସ୍ତିର ଉମେଶ ପଣ୍ଡା (୪୩), ରାଉରକେଲା ସେକ୍ଟର-୧୫ ଥାନା ଅଧିନସ୍ଥ ସି/୨୧୭ ସାନ୍ତି ନଗର ବସ୍ତିର ଆକାଶ ବଡାଇକ (୨୨), ରାଉରକେଲା ସେକ୍ଟର-୧୫ ଥାନା ଅଧିନସ୍ଥ ସେକ୍କର-୧୪ ତୁମୁକେଲା ଖଟାଲ ବସ୍ତିର ମନୋଜ କୁମାର ଠାକୁର (୨୨) ଏବଂ ରାଉରକେଲା ସେକ୍ଟର-୧୫ ଥାନା ଅଧିନସ୍ଥ ତୁମୁକେଲା ଖଟାଲ ବସ୍ତିର ଚିଣ୍ଟୁ ରାୟ (୨୭)। ସମସ୍ତ ଚାରି ଜଣ ଅଭିଯୁକ୍ତଙ୍କ କବଜାରୁ ପୋଲିସ୍ ପକ୍ଷରୁ ସମସ୍ତ ଲୁଟ୍ ଜିନିଷ ଉଦ୍ଧାର କରାଯାଇଛି। ଗିରଫ ୪ ଜଣ ଅଭିଯୁକ୍ତ ହେଲେ ରାଉରକେଲା ସେକ୍ଟର-୧୫ ଥାନା ଅଧିନସ୍ଥ ସେକ୍ଟର-୧୪ ଶାନ୍ତି ନଗର ବସ୍ତିର ଉମେଶ ପଣ୍ଡା (୪୩), ରାଉରକେଲା ସେକ୍ଟର-୧୫ ଥାନା ଅଧିନସ୍ଥ ସି/୨୧୭ ସାନ୍ତି ନଗର ବସ୍ତିର ଆକାଶ ବଡାଇକ (୨୨), ରାଉରକେଲା ସେକ୍ଟର-୧୫ ଥାନା ଅଧିନସ୍ଥ ସେକ୍କର-୧୪ ତୁମୁକେଲା ଖଟାଲ ବସ୍ତିର ମନୋଜ କୁମାର ଠାକୁର (୨୨) ଏବଂ ରାଉରକେଲା ସେକ୍ଟର-୧୫ ଥାନା ଅଧିନସ୍ଥ ତୁମୁକେଲା ଖଟାଲ ବସ୍ତିର ଚିଣ୍ଟୁ ରାୟ (୨୭)। ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ ଆଇ ଫୋନ୍ ୧୪, ନଗଦ ୧୦୦୦ (ଏକ ହଜାର) ଟଙ୍କା ଏବଂ ଦୁଇଟି ସ୍କୁଟି ଯାହାର ନମ୍ବର-ଓଡି-୧୪-ଏଜି-୯୦୩୪ ଏବଂ ଓଡି-୧୪-ଏଡି-୫୫୮୦। ଅଭିଯୁକ୍ତ ଉମେଶ ପଣ୍ଡା ନାମରେ ପୂର୍ବରୁ ସେକ୍ଟର-୧୫ ଥାନାରେ ୨ଟି, ଟାଙ୍ଗରପାଲ୍ଲୀ ଥାନାରେ ଗୋଟିଏ ଏବଂ ଛେଣ୍ଡ ଥାନାରେ ଗୋଟିଏ ମାମଲା ରହିଛି। ସେହିପରି ଆକାଶ ବଡାଇକ ନାମରେ ପୂର୍ବରୁ ସେକ୍ଟର-୧୫ ଥାନାରେ ଗୋଟିଏ ଏବଂ ଛେଣ୍ଡ ଥାନାରେ ଗୋଟିଏ ମାମଲା ରହିଛି। ମନୋଜ କୁମାର ଠାକୁର ନାମରେ ପୂର୍ବରୁ ରାଉରକେଲା ରଘୁନାଥପାଲ୍ଲୀ ଥାନାରେ ଗୋଟିଏ ଏବଂ ଛେଣ୍ଡ ଥାନାରେ ଗୋଟିଏ ଏହିପରି ୨ଟି ମାମଲା ରହିଛି। ଚତୁର୍ଥ ଅଭିଯୁକ୍ତ ଚିଣ୍ଟୁ ରାୟ ନାମରେ ପୂର୍ବରୁ କୌଣସି ମାମଲା ନଥିବା ବେଳେ ପ୍ରଥମ ଥର ପାଇଁ ଏହି ମାମଲାରେ ଜଡ଼ିତ ହୋଇଛି। ଛେଣ୍ଡ ପୋଲିସ ପକ୍ଷରୁ ମାମଲା ନଂ.୨୭୩ ତାରିଖ ୦୨.୦୮.୨୦୨୬ରେ ମାମଲା ରୁଜୁ କରାଯିବା ସହିତ ୪ ଅଭିଯୁକ୍ତଙ୍କୁ ବିଏନ୍ଏସ୍ ଧାରା ୩୦୯(୪)/୩(୫)ରେ କୋର୍ଟ ଚାଲାଣ କରାଯାଇଛି।


